ଦେଶର ୨୯ତମ ସ୍ଥଳସେନା ମୁଖ୍ୟ ଭାବେ ଏହି ପଦଭାର ସମ୍ଭାଳିଛନ୍ତି ଜେନେରାଲ ମନୋଜ ପାଣ୍ଡେ । ସ୍ଥଳସେନାର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ନିଜର ସେବା ପ୍ରଦାନ କରିସାରିଥିବା ଜେନେରାଲ ପାଣ୍ଡେ ସେନାର ଇଞ୍ଜିନିୟର କୋରରୁ ସେନା ମୁଖ୍ୟ ହେବାରେ ପ୍ରଥମ ଅଧିକାରୀ ହୋଇଛନ୍ତି ।
ଫେବ୍ରୁଆରୀ ୧ରେ ସ୍ଥଳସେନାର ଉପ-ମୁଖ୍ୟ ହେବା ପୂର୍ବରୁ ସେ ସ୍ଥଳସେନାର ପୂର୍ବ କମାଣ୍ଡର ନେତୃତ୍ୱ ନେଇଥିଲେ। ସ୍କିକିମ ଏବଂ ଅରୁଣାଚଳ ପ୍ରଦେଶ ସେକ୍ଟରରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ସୁରକ୍ଷା ଦାୟିତ୍ୱ ଏହି କମାଣ୍ଡ ଉପରେ ରହିଥାଏ। ଚୀନ ଏବଂ ପାକିସ୍ତାନ ସୀମାରେ ଜାରି ରହିଥିବା ତିକ୍ତତା ଏବଂ ସୁରକ୍ଷା ଆହ୍ୱାନକୁ ଭାରତ ସାମନା କରୁଥିବା ବେଳେ ଜେନେରାଲ ପାଣ୍ଡେ ଏହି ଦାୟିତ୍ୱ ସମ୍ଭାଳିଛନ୍ତି।