ଏହାକୁ କେନ୍ଦ୍ରୀୟ ଡ୍ରଗ୍ସ ନିୟନ୍ତ୍ରଣ ସଂସ୍ଥା ଦ୍ୱାରା ଅନୁମୋଦନ ଦିଆ ଯାଇସାରିଛି। ଏହି ଭ୍ୟାକ୍ସିନ୍ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟିକ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଛି। ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ଏହି ଟିକା ସରକାରୀ ଡାକ୍ତଖାନା ରେ ୩୨୫ଟଙ୍କା ଏବଂ ଘରୋଇ ସ୍ତରରେ ୮୦୦ ଟଙ୍କାରେ ଉପଲବ୍ଧ ହେବ। ଏହି ଟିକା ସହଜରେ ନାକ ବାଟେ ଦିଆଯାଇପାରିବ। ଯାହା ଭାରତ ସରକାରଙ୍କ ଦ୍ୱାରା ବିଧିବଦ୍ଧ ଭାବେ ପରୀକ୍ଷା ପରେ ଅନୁମତି ମିଳିଛି। ତେବେ ଏହି ନାଜାଲ ଟିକା ବିଷୟରେ ଗତ ଡିସେମ୍ବରରେ ଭାରତ ବାୟୋଟିକ୍ ପକ୍ଷରୁ କରାଯାଇଥିଲା।

ନୂଆଦିଲ୍ଲୀ: କରୋନା ମହାମାରୀ ସହ ମୁକାବିଲା କରିବା ପାଇଁ ଆସିଲା ନୂଆ ଅସ୍ତ୍ର। ଭାରତ ସରକାରଙ୍କ ପକ୍ଷରୁ କରୋନାକୁ ମୁକାବିଲା କରିବାକୁ ଲଞ୍ଚ୍ ହୋଇଛି ପ୍ରଥମ ନାଜାଲ କୋଭିଡ୍ ଭ୍ୟାକ୍ସିନ୍। ଶୁକ୍ରବାର ଦେଶର ପ୍ରଥମ ଏହି ନାଜାଲ ଭ୍ୟାକ୍ସିନ୍ର ଶୁଭାରମ୍ଭ ଘୋଷଣା କରାଯାଇଛି। ଭାରତ ବାୟୋଟେକ ଦ୍ୱାରା ବିକଶିତ ନାଜାଲ ଭ୍ୟାକ୍ସିନ୍ ଇନକୋଭାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମୁନସୁଖ ମାଣ୍ଡଭିୟ ଏବଂ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଲଞ୍ଚ କରିଛନ୍ତି। ତେବେ ଏହି ଭ୍ୟାକ୍ସିନ୍ ହେଉଛି ବିଶ୍ୱର ପ୍ରଥମ ଇଣ୍ଟ୍ରା-ନାଜାଲ ଟିକା ଯାହା କରୋନା କୁ ପ୍ରତିରୋଧ କରିବା ପାଇଁ ସମ୍ପୂର୍ଣ୍ଣ ଉପଯୋଗୀ। ଏହା ଆସନ୍ତା ଫେବ୍ରୁଆରୀ ପ୍ରଥମ ସପ୍ତାହ ରେ ବଜାରରେ ଉପଲବ୍ଧ ହେବ। ଏହାକୁ ଏକ ବୁଷ୍ଟର ଡୋଜ୍ ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ।
