ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ କାର୍ଯ୍ୟାଳୟରେ ସେମାନଙ୍କୁ ପଚରାଉଚୁରା ଜାରି ରହିଛି। ସ୍ପେଶାଲ୍ ସେଲ୍ ଡିସିପି ପ୍ରମୋଦ କୁଶୱାହ ଏନେଇ କହିଛନ୍ତି ଯେ, ଦିଲ୍ଲୀର ଶକରପୁର ଅଞ୍ଚଳରେ ଏନକାଉଣ୍ଟର ଚାଲିଥିବା ବେଳେ ଏହି ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି।
ଦିଲ୍ଲୀରେ ବଡ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ, 5 ଆତଙ୍କୀ ଗିରଫ

ଅର୍ଗସ ବ୍ୟୁରୋ : ଦିଲ୍ଲୀରେ 5 ଆତଙ୍କବାଦୀ ଗିରଫ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ମହାନଗରରୀ ଶକରପୁର ଅଂଚଳରୁ ଏନକାଉଣ୍ଟର ପରେ ଏହି ଆତଙ୍କବାଦୀଙ୍କୁ ଗିରଫ କରିଛି । ଗିରଫ ଆତଙ୍କବାଦୀଙ୍କ ମଧ୍ୟରେ ପଞ୍ଜାବର 2 ଜଣ ଓ କାଶ୍ମୀରର 3 ଜଣ ଅଛନ୍ତି । ଏମାନେ ସମସ୍ତେ ଇସଲାମିକ ଓ ଖଲିସ୍ତାନ ସଙ୍ଗଠନ ସହ ଜଡିତ ଅଛନ୍ତି ବୋଲି ସୂଚନା ମିଳିଛି । ଦୀର୍ଘ ଦିନ ଧରି ଏମାନଙ୍କ ବିରୋଧରେ ଅପରେସନ ଚାଲିଥିଲା । ଏମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । କୌଣସି ସୁତ୍ରରୁ ଖବର ମିଳିଥିଲା ଯେ, ଏହି ଆତଙ୍କବାଦୀମାନେ ଶକରପୁର ଅଂଚଳରେ ଲୁଚି ରହିଛନ୍ତି । ଏହାପରେ ଦିଲ୍ଲୀ ପୋଲିସ ଅପରେସନ ଆରମ୍ଭ କରିଥିଲା । ଆତଙ୍କବାଦୀମାନେ ପୁଲିସ ଉପରକୁ ଗୁଳିମାଡ କରିଥିଲେ । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।
Download Argus News App
