ଅର୍ଗସ ବ୍ୟୁରୋ: କେନ୍ଦ୍ର ସରକାର ନେତାଜୀ ସୁଭାଷ ଚନ୍ଦ୍ରଙ୍କ ଜନ୍ମ ଦିନକୁ ପରାକ୍ରମ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ, ଶହୀଦ ଦିବସ ପାଇଁ ଅନ୍ୟ ଏକ ନିଷ୍ପତ୍ତି ନେଇଛନ୍ତି। ଏହି ଦିନ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା ହେବ। ପ୍ରତିବର୍ଷ ବାପୁଙ୍କ ତିରୋଧନ ତିଥିରେ ଶହୀଦ ଦିବସ ପାଳନ ହୁଏ।
କେନ୍ଦ୍ର ସରକାରଙ୍କ ତରଫରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଏହି ଦିବସରେ ସ୍ଵାଧୀନତା ପାଇଁ ପ୍ରାଣବଳୀ ଦେଇଥିବା ମହାନ ଆତ୍ମାଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯିବ। କେନ୍ଦ୍ର ସରକାରଙ୍କ ନୂତନ ଆଦେଶରେ ଏହି ଦିନକୁ ପ୍ରତିବର୍ଷ ଶହୀଦ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ନିର୍ଦ୍ଦେଶ ଜାରି ହୋଇଛି।
Ministry of Home Affairs writes to the Chief Secretaries of all States/UTs, issuing instructions laid down for observance of Martyrs' Day on 30th January.
Silence should be observed & work & movement stopped for 2 minutes throughout the country at 11 am on 30th. pic.twitter.com/2hYwYXMKSZ — ANI (@ANI) January 20, 2021
ଜାନୁଆରି 30 ତାରିଖ ଦିବା 11ଘଟିକା ସମୟରେ ଦୁଇ ମିନିଟ ପାଇଁ ମୌନ ରହିବାକୁ କୁହାଯାଇଛି। ଏହି ସମୟରେ କାମଦାମ ଓ ଚଳପ୍ରଚଳ ଉପରେ ରୋକ ଲାଗିବ। 10.59 ସମୟରେ ସମସ୍ତଙ୍କ ଆଲର୍ଟ କରାଯିବ। ଯେଉଁଠାରେ ସାଇରନ ଅଛି ସେଠାରେ ସାଇରନ ବଜାଇ ମୌନ ରହିବା ପାଇଁ କୁହାଯିବ। କେତେକ ସ୍ତାନରେ ମଧ୍ୟ ଆର୍ମି ବନ୍ଧୁକରେ ଫାୟାରିଙ୍ଗ କରି ସୂଚନା ଦିଆଯିବ। ନିର୍ଦ୍ଦେଶରେ କୁହାଯାଇଛି ଯେ, ଆଗରୁ ନିରବ ପ୍ରାର୍ଥନା ବେଳେ କେତେକ ଅଫିସରେ କାମକାର୍ଯ୍ୟ ଚାଲିଥାଏ, ତେବେ ଏହାକୁ ସଠିକ ଭାବରେ ପାଳନ କରିବାକୁ କୁହାଯାଇଛି।
1948 ମସିହା ଜାନୁଆରୀ ତିରିଶ ତାରିଖ ଦିନ ଏକ ପ୍ରାର୍ଥନା ସଭାରେ ବାପୁଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଏହି ଦିନ ଶହୀଦ ଦିବସ ଭାବରେ ପାଳନ କରାଯିବା ସହ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି।