ଆବାସରେ ଚଞ୍ଚକତା !
କାଉଣ୍ଟଡାଉନ୍ ଆରମ୍ଭ, ଆଜି ବିଶ୍ୱଆତଙ୍କୀ ଘୋଷିତ ହୋଇପାରେ ମସୁଦ୍

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀର ମୁଖ୍ୟ ମାଷ୍ଟର ମାଇଣ୍ଡ ଜୈଶ୍ର ମୁଖ୍ୟ ମସୁଦ ଅଜହରଙ୍କୁ ବିଶ୍ୱ ଆତଙ୍କବାଦୀ ତାଲିକାଭୁକ୍ତ କରିବା ପାଇଁ ଭାରତ ଉଦ୍ୟମ କରିଛି । ଆଜି ଜାତିସଂଘରେ ଏହି ପ୍ରସ୍ତାବ ଉପରେ କୌଣସି ରାଷ୍ଟ୍ର ଆପତ୍ତି ନଉଠାଇଲେ ବିଶ୍ୱସ୍ତରରେ ମସୁଦକୁ ଆତଙ୍କବାଦୀ ଘୋଷଣା କରାଯିବ ।
କିନ୍ତୁ ଏଥର ଏହି ପ୍ରସ୍ତାବ ଭାରତ ନୁହେଁ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ପକ୍ଷରୁ ଅଣାଯାଇଛି । ତେଣୁ ଚୀନ ଏହାକୁ ବିରୋଧ ନ କରିପାରେ ବୋଲି ଅନୁମାନ କରାଯାଉଛି । ପୁଲୱାମା ଆକ୍ରମଣ ପରେ ଏବେ ମସୁଦ ଉପରେ ସମସ୍ତଙ୍କ ନଜର ରହିଛି ।
ମସୁଦକୁ ବିଶ୍ୱ ଆତଙ୍କବାଦୀ ତାଲିକାଭୁକ୍ତ କରିବା ପାଇଁ ଏହା ଚତୁର୍ଥ ପ୍ରସ୍ତାବ । ଏହାପୂର୍ବରୁ ଭାରତ ପକ୍ଷରୁ ତିନି ଥର ପ୍ରସ୍ତାବ ଅଣାଯାଇଥିଲା । କିନ୍ତୁ ତିନି ଥର ଯାକ ଚୀନ ଏହାକୁ ବିରୋଧ କରିଥିଲା ।
Download Argus News App
