ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ !
ସଡ଼କ ଦୁର୍ଘଟଣାରେ ଚାଲିଗଲା ପାଞ୍ଚ ଜୀବନ
ଅର୍ଗସ ବ୍ୟୁରୋ: ଉତ୍ତରାଖଣ୍ଡର ତିହରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଥୈଲଧାର ବ୍ଲକ୍ରେ ଜ୍ୱାରନା-ବଙ୍ଗିୟାଲ ରାସ୍ତାରେ ଯାଉଥିବା ଏକ ମ୍ୟାକ୍ସ ଗାଡି ଘାଇରେ ପଡିଯିବାରୁ 5 ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ପୁରୁଷ ଓ ତିନି ମହିଳା ସାମିଲ ଅଛନ୍ତି । ଏଥିସହିତ ଦୁଇ ପୁରୁଷ ଓ ଦୁଇ ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୁଚନାମୁତାବକ ଦୁର୍ଘଟଣା ପାଖାପାଖି 4ଟାରେ ହୋଇଛି । ମ୍ୟାକ୍ସ ଗାଡିରେ ଥିବା ଲୋକମାନେ ନିଜ ଗାଁକୁ ଯାଉଥିବା ବେଳେ ଭାରସାମ୍ୟ ହରାଇଗାଡିଟି ଘାଇରେ ଗଳି ପଡିଥିଲା । ଗାଡିରେ ପାଖାପାଖି 9 ଜଣ ଥିଲେ । ସୂଚନା ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଥିଲା ।
Download Argus News App
