ଅଧିକା ପଢନ୍ତୁ ଓଡ଼ିଶା ଖବର
ଶିମିଳିପାଳ ଜୈବମଣ୍ଡଳ, ଅଭୟାରଣ୍ୟ, ବିରଳ କଳାବାଘ, ୟୁନେସ୍କୋ ଦ୍ବାରା ଚିହ୍ନିତ ବିଶ୍ବବିଖ୍ୟାତ ଛଉନୃତ୍ୟ, ଐତିହାସିକ କଳାକୃତି ସାଙ୍ଗକୁ ମନ୍ଦିର କଳା, ହସ୍ତତନ୍ତ ଡକରା, ସବାଇ ହସ୍ତଶିଳ୍ପ ମୟୂରଭଙ୍ଗକୁ ଦେଇଛି ସ୍ବତନ୍ତ୍ର ସ୍ଥାନ। ମୟୂରଭଞ୍ଜ ରାଜକୁମାରୀ ଅକ୍ଷିତା କୁମାରୀ ମଞ୍ଜରୀ ଭଞ୍ଜଦେଓ ଏହି ଖବର ଟ୍ବିଟ ମାଧ୍ୟମରେ ଜଣାଇ ଖୁସି ବ୍ୟକ୍ତ କରିଛନ୍ତି। ଏବଂ ଏହା ଯୋଗୁ ଆଗାମୀ ଦିନରେ ମୟୂରଭଞ୍ଜକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।