ଆସନ୍ତାକାଲି ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ । ଆଉ ଏହି ସବୁ ଭିତରେ ଏବେ ସମସ୍ତଙ୍କ ନଜର ମାହେନ୍ଦ୍ର ବେଳା ଉପରେ । ଆଉ ଦ୍ରୌପଦୀଙ୍କୁ ସ୍ବାଗତ ପାଇଁ ସଜେଇ ହୋଇଛି ରାଇସିନା ହିଲ୍ ।
ଶପଥ ସମାରୋହର ଦିନକ ପୂର୍ବରୁ ମୁର୍ମୁଙ୍କୁ ଭେଟି ସମ୍ବର୍ଦ୍ଧନା ଦେଲେ ମୟୂରଭଞ୍ଜ ବିଧାୟକ

ଅର୍ଗସ ବ୍ୟୁରୋ: ରାଷ୍ଟ୍ରପତି ଶପଥ ସମାରୋହର ଦିନକ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ବିଧାୟକମାନେ ରବିବାର ନୂଆଦିଲ୍ଲୀ ଠାରେ ନବନିର୍ବାଚିତ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଉଦଳା ବିଧାୟକ ତଥା ବିଜେପି ରାଜ୍ୟ ଉପସଭାପତି ଭାସ୍କର ମଢ଼େଇ, ପଶ୍ଚିମ ମୟୂରଭଞ୍ଜ ସାଙ୍ଗଠନିକ ଜିଲ୍ଲା ସଭାପତି ତଥା ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ବାରିପଦା ବିଧାୟକ ପ୍ରକାଶ ସୋରେନ, ବଡ଼ସାହୀ ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ଡ଼. ବୁଢ଼ାନ୍ ମୁର୍ମୁ, ଯଶିପୁର ବିଧାୟକ ଗଣେଶ ରାମସିଂହ ଖୁଣ୍ଟିଆ ପ୍ରମୁଖ ଶ୍ରୀମତୀ ମୁର୍ମୁଙ୍କୁ ଭେଟି ସମ୍ବର୍ଦ୍ଧନା ଜଣାଇଛନ୍ତି ।
Download Argus News App
