ଏକ ସାକ୍ଷାତକାରରେ ଶିବରଞ୍ଜନୀ କହିଛନ୍ତି, ବାଗେଶ୍ବର ବାବା ତାଙ୍କର ସବୁ ମନର ସବୁ କଥା ଜାଣି ସାରିଛନ୍ତି. ଏବଂ ସେ କେଉଁ ଉଦ୍ଦେଶ୍ୟ ନେଇ ଏହି ଯାତ୍ରା କରୁଛନ୍ତି ତାହା ସେ ୧୬ ଜୁନରେ ହିଁ ଖୁଲାସା କରିବେ. ଏବଂ ସେ କହିଛନ୍ତି ସେଦିନ ହିଁ ସେ ତାଙ୍କୁ ଏ ବିଷୟରେ ଲାଇଭ ଅପଡେଟ ଦେବେ.
ତେବେ ବିବାହ କଥା ପଚାରିବାରୁ ସେ ଏକଥା ଯଦିଓ ସ୍ପଷ୍ଟ କରି ନାହାନ୍ତି, କିନ୍ତୁ କହିଛନ୍ତି ଯେ ସେ ଜୁନ ୧୬ରେ ବାଗେଶ୍ବର ଧାମରେ ହିଁ ଏ ବିଷୟରେ ପୁରା ଖୁଲାସା କରିବେ ବୋଲି କହିଛନ୍ତି.
ଏହି ପଦଯାତ୍ରା କରିବା ବେଳେ ସେ ଭଜନ ମଧ୍ୟ ଗାଉଛନ୍ତି. ଶିବରଞ୍ଜନୀ ସାକ୍ଷାତକାରରେ ବାବାଙ୍କୁ ପ୍ରାଣନାଥ ବୋଲି ସମ୍ବୋଧନ କରିଛନ୍ତି. ସେ କହିଛନ୍ତି, ଯିଏ ମନର କଥା ବୁଝିପାରନ୍ତି , ସେ ପ୍ରାଣନାଥ. ବାବା ମୋ ମନର କଥା ସବୁ ଜାଣିଛନ୍ତି.
ଏହି ଡାକ୍ତରୀ ପଢିବା ବେଳେ ସେ ଆଧ୍ୟାତ୍ମିକ ଦିଗ ପ୍ରତି କିପରି ମନୋନିବେଶ କଲେ ପଚାରିବାରୁ ସେ କହିଛନ୍ତି, ତାଙ୍କ ପରିବାରରେ ଛୋଟବେଳଠୁ ଆଧ୍ୟାତ୍ମିକ ମୋହେଲ ରହିଛି. ସେଥିପାଇଁ ସେ ଏ ଦିଗରେ ପରିବାରଠୁ ପ୍ରେରଣା ପାଇଛନ୍ତି.
ତେବେ ୧୬ ଜୁନରେ ହିଁ ସେ ବାଗେଶ୍ବର ବାବାଙ୍କ ପାଇଁ ପଦଯାତ୍ରା କରିବା ରହସ୍ୟର ଖୁଲାସା କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି. ଏନେଇ ବାବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ପାଖରୁ କୌଣସି ସୂଚନା ମିଳିନାହିଁ.