ରାସ୍ତା ତିଆରିପାଇଁ ଟଙ୍କା ଆସିଛି ହେଲେ କଣ୍ଟ୍ରାକ୍ଟର କାମ କରୁନି
ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହେବେ ବକ୍ସର ମ୍ୟାରୀ କମ୍

ନୂଆଦିଲ୍ଲୀ: ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହେବେ ବକ୍ସର ମ୍ୟାରୀ କମ୍ । ଦେଶର ପ୍ରଥମ ମହିଳା ଭାବେ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ । ଏନେଇ କ୍ରୀଡ଼ା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ।ଏହାବାଦ୍ ତାରକା ବ୍ୟାଡମିଣ୍ଟନ ଖେଳାଳି ତଥା ବିଶ୍ୱ ବିଜେତା ପିଭି ସିନ୍ଧୁଙ୍କୁ ଚଳିତ ବର୍ଷ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ । ସେହିପରି ରେସଲର ଭିନେଶ ଫୋଗଟ୍, ଟେବୁଲ ଟେନିସ୍ ଖେଳାଳି ମନିକା ବାତ୍ରା ଓ ମହିଳା କ୍ରିକେଟର ହରମନପ୍ରୀତ କୌରଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବାକୁ ମନୋନୀତ କରିଥିବା ଜଣାପଡ଼ିଛି ।
Download Argus News App
