ସୂଚନାଯୋଗ୍ୟ, ଆଜି ଦେଶରେ ୩ ଲକ୍ଷ ୫୨ ହଜାର ୨୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ୪୧୨୦ ଜଣଙ୍କ ମୁଣ୍ଡ ନେଇଛି କରୋନା । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୩୭ ଲକ୍ଷ ୩ ହଜାର ୬୬୫ରେ ପହଞ୍ଚିଛି । ସେହିପରି ୧ କୋଟି ୯୭ ଲକ୍ଷ ୩୪ ହଜାର ୮୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଏଯାବତ ମୋଟ ୨ ଲକ୍ଷ ୫୮ ହଜାର ୧୨୧୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି।
କୋରୋନା ସଙ୍କଟ ମଧ୍ୟରେ ଜର୍ମାନୀ, ଗ୍ରୀସ ଓ ଫିନଲାଣ୍ଡରୁ ଆସିଲା ମେଡିକାଲ ସହାୟତା

ଅର୍ଗସ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ଥମୁନାହିଁ । ପ୍ରତ୍ୟେକ ଦିନ ୩ ଲକ୍ଷ ଉପରେ ପଜିଟିଭ୍ ଆସୁଛନ୍ତି । କରୋନା ସଙ୍କଟ ମଧ୍ୟରେ ଜର୍ମାନୀ, ଗ୍ରୀସ ଓ ଫିନଲାଣ୍ଡରୁ ମେଡିକାଲ ସହାୟତା ପହଞ୍ଚିଛି । ମେଡିକାଲ ସହାୟତା ନେଇ ଜର୍ମାନୀରୁ ଏକ ବିମାନ ଆଜି ସକାଳେ ଦିଲ୍ଲୀରେ ପହଞ୍ଚିଛି । ଜର୍ମାନୀରୁ ୧୭୬ ଭେଣ୍ଟିଲେଟର, ଫିନଲାଣ୍ଡରୁ ୩୨୪ ଅକ୍ସିଜେନ୍ ଓ ୧୦ ଅକ୍ସିଜେନ୍ ଗ୍ରୀସରୁ ଦିଲ୍ଲୀ ଆସିଛି ।
Download Argus News App
