ରାତିରେ ଫାଷ୍ଟ ଫୁଡ୍ କମ୍ପାନୀ କେଏଫ୍ସି ପାଇଁ ଫୁଡ୍ ଡେଲିଭରି କାମ କରନ୍ତି ମୀରାବ। ମୀରାବ ଜଣେ ଉଚ୍ଚାଭିଳାଷୀ ଝିଅ। ଏବେ ସେ ଫ୍ୟାଶନ୍ ଡିଜାଇନିଙ୍ଗରେ ସ୍ନାତକ କରୁଛନ୍ତି। ଆଗାମୀ ଦିନରେ ନିଜର ଫ୍ୟାଶନ ବ୍ରାଣ୍ଡ ଲଞ୍ଚ୍ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ମୀରାବ। ତାଙ୍କର ଏହି ଉତ୍ସାହକୁ ଇଣ୍ଟରନେଟ ୟୁଜର ଖୁବ୍ ପ୍ରଶଂସା କରୁଛନ୍ତି।
ତେବେ ଲାହୋର ବାସିନ୍ଦା ଫିଜା ଇଜାଜ୍ ନାମକ ଜଣେ ମହିଳା ମରୀବା ଙ୍କ କାହାଣୀ ସୋସିଆଲ ମିଡାଆରେ ସେୟାର କରିଥିଲେ। ଫିଜା ଥରେ ରାତିରୁ କେଏଫସି ରୁ ଖାଦ୍ୟ ଅର୍ଡର କରିଥିଲେ। ଏହା ପରେ ତାଙ୍କୁ ଏକ ଫୋନ୍ କଲ ଆସିଥିଲା। ସେପଟରୁ ଜଣେ ମହିଳାଙ୍କ କଣ୍ଠ ସ୍ୱର ଶୁଣିଥିଲେ। ସ୍ୱର ଶୁଣିବା ପରେ ଫିଜା ବହୁତ ଉତ୍ସୁକ ଥିଲେ ତାଙ୍କୁ ଭେଟିବାକୁ।
କିଛି ବନ୍ଧୁଙ୍କ ସହ ସେ ବହାରକୁ ଆସିଲେ। ନିଜ ଅର୍ଡରକୁ ଅପେକ୍ଷା କରିଥିଲେ। ସେହି ସମୟରେ ପହଞ୍ଚିଲେ ମୀରାବ। ମୀରାବଙ୍କୁ ଦେଖି ବହୁତ ଖୁସି ବ୍ୟକ୍ତ କଲେ ଫିଜା। ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବାର୍ତ୍ତାଳପ ଚାଲିଲା। ଏହି ବାର୍ତ୍ତାଳାପରେ ମୀରାବ କହିଥିଲେ ସେ ୩ ବର୍ଷ ଧରି ଫୁଡ ଡେଲିଭରି କରିବେ। ସ୍ନାତକ ପରେ ସେ ନଜର ଫ୍ୟାଶନ ବ୍ରାଣ୍ଡ ଲଞ୍ଚ କରିବାକୁ ଯୋଜନା କରିଛନ୍ତି।
ମୀରାବଙ୍କ ପଢା ଖର୍ଚ୍ଚ ଏକ ସଂସ୍ଥା ଉଠାଉଛି। ନିଜ ପରିବାରରକୁ ଆର୍ଥିକ ସହାର୍ଯ୍ୟ କରିବାକୁ ଓ ଅନ୍ୟାନ୍ୟ ଖର୍ଚ୍ଚ ଲାଗି ସେ ଏହି କାମ କରୁଛନ୍ତି। ପାକିସ୍ତାନୀ କେଏଫସିର ମୁଖ୍ୟ ମଧ୍ୟ ମୀରାବଙ୍କୁ ତାଙ୍କୁ ପ୍ରଶଂସା କରିଛନ୍ତି। ମୀରବଙ୍କ ଏହି କାହାଣୀ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ବିଦେଶ ଖବର ଆହୁରି ପଢନ୍ତୁ ।