ନିକଟରେ ଏକ ଆତଙ୍କବାଦୀ ସଂଗଠନ ତରଫରୁ କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ୍ କରାଯାଇ ପ୍ରଚାର ଚଳାଯାଉଛି । ଉପତ୍ୟକାରେ କିପରି ସମସ୍ତ ନାଗରିକଙ୍କ ଧନଜୀବନ ସୁରକ୍ଷିତ ରଖାଯାଇ ପାରିବ ଏବଂ ଆଇନଶୃଙ୍ଖଳା କଡ଼ାକଡ଼ି କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଥିବାର ଜଣାପଡ଼ିଛି । ଏହି ବୈଠକରେ ଦେଶର ସମସ୍ତ ସୁରକ୍ଷା ଓ ନିରାପତ୍ତା ଏଜେନ୍ସିର ମୁଖ୍ୟମାନେ ଉପସ୍ଥିତ ରହିଥିଲେ ।
ଦିଲ୍ଲୀରେ ଅନୁଷ୍ଠିତ ସୁରକ୍ଷା ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକ

ଅର୍ଗସ ବ୍ୟୁରୋ : କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗ ତରଫରୁ ଆଜି ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି ସୁରକ୍ଷା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ । କେନ୍ଦ୍ର ଗୃହସଚିବ ଅଜୟ କୁମାର ଭାଲ୍ଲାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ହାଇଲେବଲ ସିକ୍ୟୁରିଟି ରିଭ୍ୟୁ ମିଟିଂରେ ମୁଖ୍ୟତଃ ଜାମ୍ମୁକାଶ୍ମୀରର ଆଇନଶୃଙ୍ଖଳା ନେଇ ଆଲୋଚନା ହୋଇଛି ।
Download Argus News App
