ଗତକାଲି ମେଘାଳୟରେ ଶପଥ ନେଇଛନ୍ତି ୫୮ ଜଣ ବିଧାୟକ । ସେହିପରି ନେଇଫିଓ ରିଓ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ । ନାଗାଲାଣ୍ଡର ୬୦ ସିଟ୍ ବିଶିଷ୍ଟ ବିଧାନସଭା କ୍ଷେତ୍ରରେ NDPP-BJP ମିଳିତ ଭାବେ 37 ଆସନ ହାତେଇଛନ୍ତି ।
ଆଜି ମେଘାଳୟ ଓ ନାଗାଲାଣ୍ଡ ପାଇବ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଆଜି ମେଘାଳୟ ଓ ନାଗାଲାଣ୍ଡରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ । ମେଘାଳୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନ୍ୟାଶନାଲ ପିପୁଲ୍ସ ପାର୍ଟିର ନେତା କନ୍ରାଡ ସାଙ୍ଗମା । ସାଙ୍ଗମା ରାଜ୍ୟପାଳଙ୍କ ନିକଟରେ ସମର୍ଥନ ପତ୍ର ଉପସ୍ଥାପନ କରିସାରିଛନ୍ତି । ସେହି ଅନୁସାରେ ଗତକାଲି ନୂଆ ବିଧାୟକମାନେ ଶପଥ ଗ୍ରହଣ କରିଛନ୍ତି । ସାଙ୍ଗମାଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
Download Argus News App
