ପ୍ରାଣୀବିଶେଷଜ୍ଞଙ୍କ କହିବା ଅନୁସାରେ ଏଭଳି ପ୍ରଜାତି ମାଛଙ୍କ ହାରାହାରି ଆୟୁ ୨୦-୩୫ବର୍ଷ ହେଲେ ଆମେରିକାରେ ଥିବା ଏକ ଲଙ୍ଗଫିସ ୧୦୧ ବର୍ଷରୁ ଅଧିକ ସମୟ ଜୀବିତ ରହିଲାଣି। ବିଶ୍ବର ସର୍ବପୁରାତନ ଆକ୍ବାରିୟମ ଫିସ ଭାବେ ପରିଚିତ ଏଇ ମାଛର ନାମ ମିଥୁସେଲା। ସେ ଏବେ କାଲିଫର୍ଣ୍ଣିଆର ଷ୍ଟିନହାର୍ଟ ସ୍ଥିତ ଆକ୍ବାରିୟମରେ ଅଛି। ମିଥୁସେଲାର ବୟସ ବିଷୟରେ ଆକ୍ବାରିୟମରେ କେହି ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ ହୋଇନାହାନ୍ତି। ମାଛର ଯତ୍ନ ନେଉଥିବା କର୍ମଚାରୀମାନେ ବି କହିଛନ୍ତି ମିଥୁସେଲା କେବେ ବି ମନ୍ଥର ଗତିରେ ଗୋାଟିଏ ସ୍ଥାନରେ ରହେନି। ସବୁବେଳେ ଚଳଚଞ୍ଚଳ ହୋଇ ଆକ୍ବାରିୟମରେ ଘୂରିବୁଲୁଥାଏ।
ଗବେଷକ ଦଳ ମିଥୁସେଲାର ଡିଏନଏକୁ ଅନ୍ୟ ପ୍ରଜାତିର ଅଷ୍ଟ୍ରେଲୀୟ ଲଙ୍ଗଫିସଙ୍କ ସହ ତୁଳନା କରୁଛନ୍ତି। ଫଳାଫଳରୁ ସୂଚିତ ହେଉଛି ଯେ, ତା' ବୟସ ବୋଧହୁଏ୯୨ ବର୍ଷ, କିନ୍ତୁ ଏହି ପ୍ରକାର ପରୀକ୍ଷଣରେ କିଛି ଅନିଶ୍ଚିତତା ରହିଥାଇପାରେ। ମିଥୁସେଲା ଆମେରିକା ଆସିବା ସମୟର କାଗଜପତ୍ର ଅନୁସାରେ ତାକୁ ୧୦୧ ବର୍ଷ ହେଲାଣି। ପୂର୍ଣ୍ଣ ଅଧ୍ୟୟନ ଏହି ବର୍ଷ ଶେଷରେ ପ୍ରକାଶ ପାଇବ ବୋଲି କହିଛନ୍ତି ଗବେଷକ।
ଅଧିକ ପଢ଼ନ୍ତୁ ବିଦେଶ ଖବର