ଏହି `ଶ୍ରୀଅନ୍ନ ପ୍ରସାଦ’ ପ୍ରସ୍ତୁତ କରିବାରେ ଶୁଦ୍ଧତାକୁ ବିଶେଷ ଧ୍ୟାନ ଦିଆଯିବ। କାଶୀ ବିଶ୍ବନାଥକୁ ଆସୁଥିବା ଭକ୍ତମାନେ କାଉଣ୍ଟରରୁ ଏହି `ଶ୍ରୀଅନ୍ନପ୍ରସାଦ’ ନେଇ ବାବାଙ୍କୁ ଭୋଗ ଲଗାଇବାର ବ୍ୟବସ୍ଥା କରାଯାଇଛି।
ଶ୍ରୀଅନ୍ନପ୍ରସାଦ ପ୍ରସ୍ତୁତ କରୁଥିବା ସ୍ବୟଂ ସହାୟକର ଅଧ୍ୟକ୍ଷ ସୁନୀତା ଜୟସ୍ବାଲ କହିଛନ୍ତି ଏହି ପ୍ରସାଦରେ ମୁଖ୍ୟ ଉପାଦାନ ହେଲା ବାଜରା, ଗୁଡ଼, ରାଶି, କାଜୁ ବାଦାମ, ଘିଅ ଏବଂ ଖୁଆ। ଏହାକୁ ମିଶ୍ରଣ କରି ଉକ୍ତ ପ୍ରସାଦ ବନାଯାଉଛି। ଏବେ ଦିନକୁ ୧୦୦ରୁ ୨୦୦ ପ୍ୟାକେଟ ବିକ୍ରି ହେଉଥିବବେଳେ ଆଗକୁ ଆହୁରି ଅଧିକ ସଂଖ୍ୟାରେ ଏହି ପ୍ରସାଦ ବିକ୍ରି କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ପୂର୍ବରୁ ଶ୍ରୀଅନ୍ନକୁ ବହୁତ ଗୁରୁତ୍ବ ଦେଇଥିଲେ। ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ପ୍ରସାଦକୁ ପ୍ରୋତ୍ସାହନ ଦେଇଛନ୍ତି।