ନବ ଦାସ ଜଣେ ବିରଳ ବ୍ୟକ୍ତିତ୍ବ ଥିଲେ !
ମୋଦିଙ୍କ କ୍ୟାବିନେଟ୍ ପାହ୍ୟା: ଅମିତ ଶାହ ହେଲେ ଗୃହମନ୍ତ୍ରୀ, ଧର୍ମେନ୍ଦ୍ର ଓ ପ୍ରତାପଙ୍କୁ ମିଳିଳା ବଡ ବିଭାଗ
ନୂଆଦିଲ୍ଲୀ: ଗତକାଲି ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି । ଏହାସହ ୫୭ଜଣ କ୍ୟାବିନେଟ ଏବଂ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ତେବେ ଆଜି ନବନିଯୁକ୍ତ ମନ୍ତ୍ରୀମାନଙ୍କୁ ସେମାନଙ୍କ ଦାୟିତ୍ୱ ପ୍ରଦାନ କରାଯାଇଛି । ରାଜନାଥ ସିଂଙ୍କୁ ପ୍ରତିରକ୍ଷା ବିଭାଗ ମିଳିଛି । ସେହିପରି ଅମିତ ଶାହାଙ୍କୁ ଗୃହମନ୍ତ୍ରୀ ବିଭାଗର ଦାୟିତ୍ୱ ମିଳିଛି । ଧର୍ମେନ୍ଦ୍ରଙ୍କୁ ପେଟ୍ରୋଲିଅମ ଓ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରାଳୟ ମିଳିଛି । ପ୍ରତାପ ଷଡ଼ଙ୍ଗୀଙ୍କୁ MSME, ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ବିଭାଗର ଦାୟ୍ୱିତ୍ୱ ମିଳିଛି । ସଡ଼କ ପରିବହନ ମନ୍ତ୍ରୀ ହେଲେ ନୀତୀନ ଗଡ଼କରୀ । ଅର୍ଥମନ୍ତ୍ରୀ ହେଲେ ନିର୍ମଳା ସୀତାରମଣ । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ହେଲେ ରାମବିଳାଶ ପାଶୱାନ । ଏହାସହ ଡିବି ସଦାନନ୍ଦ ଗୌଡାଙ୍କୁ କେମିକାଲ ଏବଂ ଫର୍ଟିଲାଇଜର ବିଭାଗ ମିଳିଛି ।
ମନ୍ତ୍ରୀଙ୍କ ନାମ ବିଭାଗ
ନିର୍ମଳା ସୀତାରମଣ ଅର୍ଥ ବିଭାଗ
ରାମବିଳାସ ପାଶ୍ବାନ ଖାଉଟି କଲ୍ୟାଣ
ନରେନ୍ଦ୍ର ସିଂ ତୋମାର କୃଷି ଏବଂ ପଂଚାୟତରାଜ
ରବିଶଙ୍କର ପ୍ରସାଦ ଆଇନ ବିଭାଗ
ଧାବରଚାନ୍ଦ ଗେହଲଟ ସାମାଜିକ ନ୍ୟାୟ
ଏସ ଜୟଶଙ୍କର ବୈଦେଶିକ ବିଭାଗ
ସ୍ମୃତି ଇରାନୀ ମହିଳା ଓ ଶିଶୁ ବିକାଶ ଓ ବୟନ ମନ୍ତ୍ରୀ
ହର୍ଷବର୍ଦ୍ଧନ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆଦିବାସୀ ବ୍ୟପାର ମନ୍ତ୍ରୀ ରମେଶ ପୋଖରିଆଲ ନିଶ ମାନବ ସମ୍ବଳ ବିକାଶ ବିଭାଗ କୀରଣ ରିଜଜ୍ଜୁ କ୍ରିଡାମନ୍ତ୍ରୀ ହେଲେ ମହେନ୍ଦ୍ର ନାଥ ପାଣ୍ଡେ ଦକ୍ଷତା ବିକାଶ ଓ ଉଦ୍ୟୋଗ ଗିରିରାଜ ସିଂହ ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟ ଅରବିନ୍ଦ ସାୱନ୍ତ ଭାରୀ ଶିଳ୍ପ ଓ ସରକାରୀ ଉଦ୍ୟୋଗDownload Argus News App
