ମଧ୍ୟପ୍ରଦେଶ ସିହୋର ଜିଲ୍ଲା ମୁଗାବଲି ଗାଁରେ କିଛି ବର୍ଷ ପୂର୍ବେ ଜଣେ ଚାଷୀ ପାଣି ଲାଗି ବୋଲୱେଲ ଖୋଳିଥିଲେ। ତେବେ ୩୦୦ ମିଟର ଖୋଳିଥିଲେ ବି ପାଣି ନ ବାହାରିବାରୁ ସେ ଆଉ ଖୋଳିନଥିଲେ । ସେବେଠୁ ବୋରୱେଲଟି ଖୋଲାଥିବା ବେଳେ ଛୋଟ ଝିଅଟି ଅଜାଣତରେ ସେଥିରେ ଖସିପଡିଛି । ଝିଅକୁ ଖୋଜି ଖୋଜି ପରିବାର ଲୋକେ ପାଇ ନ ଥିବା ବେଳେ ବୋରୱେଲ ଭିତରୁ କାନ୍ଦ ଶବ୍ଦ ଶୁଣିବାକୁ ପାଇଥିଲେ। ଏନେଇ ସେମାନେ ସ୍ଥାନୀୟ ପୁଲିସ୍କୁ ଜଣାଇବାରୁ ତୁରନ୍ତ ପୋଲିସ ସମେତ ସ୍ଥାନୀୟ ପ୍ରଶାସନ, ଏନଡିଆରଏଫ ଓ ଅଗ୍ନିଶମ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଏହାପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ବୋରୱେଲ ପାଖରେ ସମାନ୍ତରାଳ ଭାବେ ଖୋଳା ଚାଲିଛି । ଆଉ କିଛି ସମୟ ମଧ୍ୟରେ ଝିଅ ପାଖରେ ପହଞ୍ଚିଯିବ ଉଦ୍ଧାରକାରୀ ଟିମ୍ । ଅନ୍ୟପଟେ ଝିଅକୁ ଅକ୍ସିଜେନ ଯୋଗାଣ ଜାରି ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଝିଅଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଲାଗି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର: