ଦିଲ୍ଲୀର ସାହାବାଦ ଡାଏରୀ ଅଞ୍ଚଳରେ 16 ବର୍ଷର ସାକ୍ସୀ 20 ବର୍ଷର ପ୍ରେମିକ ସାହିଲ୍ ଦୁହେଁ ଦୀର୍ଘ ଦିନ ହେଲା ସମ୍ପର୍କରେ ଥିଲେ । ମୃତ ନାବାଳିକା ଜଣଙ୍କ ସାଙ୍ଗର ପୁଅ ଜନ୍ମଦିନରେ ସାମିଲ ହେବାକୁ ଚାହୁଁଥିଲେ । ହେଲେ ପ୍ରମିକଙ୍କୁ ଏହା ନାପସନ୍ଦ ଥିଲା । ସେଥିପାଇଁ ସେ ତାଙ୍କୁ ସେଠାକୁ ଯିବାକୁ ବାରଣ କରୁଥିଲେ । ହଠାତ୍ ଗତକାଲି ଝଗଡା ହେଲା । ଆଉ ଏକ ଛୁରୀରେ ଭୁଷି ସାକ୍ସୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେଲା । ଏପରିକି ପ୍ରେମିକା ମୁହଁକୁ କେହି ଯେପରି ନ ଚିହ୍ନି ପାରନ୍ତୁ ସେଥିପାଇଁ ପଥରରେ ଛେଚି ଛେଚି ନଷ୍ଟ କରିଦେଲା ।
ଆଇପିସି ଧାରା 302 ଆଧାରରେ ଏକ ମାମଲା ରୁଜୁ ହୋଇଥିବାବେଳେ ଯୁବକ ଜଣଙ୍କ ଫେରାର୍ ହୋଇଯାଇଥିଲା । ଶେଷରେ ଆଜି ତାକୁ ଉତ୍ତରପ୍ରଦେଶ ବୁଲନ୍ଦସହରରୁ ଗିରଫ କରି ପଚରାଉଚରା କରୁଛି ପୋଲିସ । ଅନ୍ୟପଟେ ଏହି ଘଟଣାକୁ ନିନ୍ଦା କରିଛି ବିଜେପି । ଏହାସହ ଜାତୀୟ ମହିଳା କମିଶନ ଚେୟାରମ୍ୟାନ୍ ରେଖା ଶର୍ମା ଦିଲ୍ଲୀ କମିଶନରଙ୍କୁ ଚିଠି ଲେଖି ଏହି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ କହିଛନ୍ତି ।
ଆହୁରି ପଢନ୍ତୁ ଅପରାଧ ଖବର...