ସେ ବିମାନବନ୍ଦରରେ ପହଁଞ୍ଚିବା ପରେ ପୁରା ବିମାନ ବନ୍ଦର ଭାରତ ମାତା କି ଜୟ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା। ସହଯାତ୍ରୀ ଏବଂ ବିମାନ କର୍ମଚାରୀ ମାନେ ତାଙ୍କୁ କରତାଳି ଏବଂ ହର୍ଷନାଦ ମାଧ୍ୟମରେ ସ୍ୱାଗତ କରିଥିଲେ । ପରେ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ମନ୍ତ୍ରୀ ମାନେ ମୀରାବାଇଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି । ଅନ୍ୟପଟେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହିତ ୨କୋଟି ଟଙ୍କା ପୁରଷ୍କାର ରାଶି ଘୋଷଣା ସହିତ ପଦୋନ୍ନତି ଦିଆଯାଇଛି। ଏନେଇ ଟ୍ବିଟ କରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।
ସ୍ୱଦେଶ ଫେରିଲେ ସୁନା ଝିଅ ମୀରାବାଇ ଚାନୁ

ନୂଆଦିଲ୍ଲୀ: ସ୍ୱଦେଶ ଫେରିଲେ ସୁନା ଝିଅ ମୀରାବାଇ ଚାନୁ । ଟୋକିଓ ଅଲମ୍ପିକ୍ସରେ ଭାରତ ପକ୍ଷରୁ ପ୍ରଥମ ରୌପ୍ୟ ପଦକ ହାସଲ କରିଥିବା ଭାରତ୍ତୋଳନକାରୀ ସାଇଖୋମ ମୀରାବାଇ ଚାନୁ ସୋମବାର ଭାରତ ଫେରିଛନ୍ତି । ଫେରିବା ସମୟରେ ତାଙ୍କୁ ନୁଆଦିଲ୍ଲୀ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିବା ବେଳେ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଛି ।
Download Argus News App
