ଏହି ମିସାଇଲ ତାର ଲକ୍ଷ୍ୟକୁ ସଠିକ ଭାବେ ଭେଦ କରିଥିବା ନୌସେନା ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ସ୍ବେଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ମିସାଇଲକୁ ଆଣ୍ଟିସିପ୍ ମିସାଇଲ ଭାବେ ବ୍ୟବହାର କରାଯିବ । ଯାହା ଶତ୍ରୁ ପକ୍ଷର ବଡ଼ବଡ଼ ଜାହାଜକୁ ଧ୍ବଂସ କରିବାରେ ସହାୟକ ହେବ ।
ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ମିଡିଅମ ରେଞ୍ଜ ମିସାଇଲର ହେଲା ସଫଳ ପରୀକ୍ଷଣ

ଅର୍ଗସ ବ୍ୟୁରୋ : ଆତ୍ମନିର୍ଭର ଦିଗରେ ଭାରତକୁ ଆଉ ଏକ ସଫଳତା । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ମିଡିଅମ ରେଞ୍ଜ ମିସାଇଲର ହେଲା ସଫଳ ପରୀକ୍ଷଣ । ଭୂମିରୁ ଆକାଶକୁ ନିକ୍ଷେପ କରିହେଉଥିବା ଏହି ଘାତକ ମିସାଇଲକୁ ଆଜି ଆଇଏନଏସ ବିଶାଖାପାଟନମରୁ ପରୀକ୍ଷଣ କରାଯାଇଥିଲା । ଯାହା ସଫଳ ହୋଇଛି ।
Download Argus News App
