ସେଥିମଧ୍ୟରୁ ଓଡ଼ିଶାରେ ୪୧୬ଟି ପୋଷ୍ଟ ଅଫିସ ଖୋଲିବାର ରହିଛି ଯୋଜନା। ଡାକ ଘରେ ଗ୍ରାହକଙ୍କୁ ମିଳିବ ବ୍ୟାଙ୍କିଙ୍ଗ ସହ ଓ ଅନେକ ଆର୍ଥିକ କରାବାର ସେବା। ଏଥିପାଇଁ ୫ହଜାର ୨୦୦ କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ଭାରତ ସରକାରଙ୍କ ଏହି ଯୋଜନାରୁ ସବୁଠୁ ବେଶୀ ଲାଭାନ୍ବିତ ହେବେ ସେହି ଉପାନ୍ତ ଅଞ୍ଚଳର ଲୋକେ ଯେଉଁଠାରେ ବ୍ୟାଙ୍କ ସୁବିଧା ନାହିଁ ।
କେବଳ ଚିଠି ଦିଆ ନିଆ କିମ୍ବା ଆର୍ଥିକ କାରବାର ନୁହେଁ ଡାକଘରେ ଏଣିକି ଅନେକ ସେବା ଉପଲବ୍ଧ ହେବ । ଏଣିକି ଡାକଘରେ ରେଳ କିମ୍ବା ବିମାନ ଟିକେଟ ବୁକିଂ କରିହେବ, ବିଦ୍ୟୁତ ଓ ଅନ୍ୟ ୟୁଟିଲିଟି ବିଲ ପଇଠ କରିହେବ ଏଥିସହ ବିଭିନ୍ନ ବୀମା ସେବା ମଧ୍ୟ ଡାକଘରେ ମିଳିପାରିବ।
ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ପୋଷ୍ଟ ଅଫିସ ମାଧ୍ୟମରେ ସେମାନଙ୍କ ସାମଗ୍ରୀ ବିକ୍ରି କରିପାରିବେ। ଏହାଛଡ଼ା ବିଭିନ୍ନ ସରକାରୀ ଯୋଜନାର ଫାଇଦା ଡାକଘର ମାଧ୍ୟମରେ ଲୋକେ ଉଠାଇପାରିବେ। ଟେକ୍ନୋଲୋଜି ମାଧ୍ୟମରେ ଡାକଘର ଲୋକଙ୍କର ଘରେ ବିଭିନ୍ନ ସେବା ପହଞ୍ଚାଇବାକୁ ମଧ୍ୟ ଯୋଜନା ରଖିଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।