ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟର ସମ୍ପ୍ରସାରଣ ପରେ ପ୍ରଥମ କ୍ୟାବିନେଟ ବୈଠକ ହୋଇଛି। ସନ୍ଧ୍ୟା ୫ ଟା ସମୟରେ ମୋଦି ସରକାରର ନୂଆ କ୍ୟାବିନେଟ ବୈଠକ ବସିଥିଲା। ବୈଠକ ଶେଷ ହେବା ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ମଣ୍ଡିଗୁଡିକର ସଶକ୍ତିକରଣ କରିବାକୁ ସରକାର ଚାହୁଁଛନ୍ତି। ଏହି ବୈଠକରେ ଚାଷୀଙ୍କ ପାଇଁ ଏକ ବଡ ନିଷ୍ପତ୍ତି ନିଆଯାଇଛି। ଯାହା ମଣ୍ଡି ଜରିଆରେ ୧ ଲକ୍ଷ କୋଟି ଟଙ୍କା କୃଷକଙ୍କ ପାଖରେ ପହଞ୍ଚିବ। ମଣ୍ଡି ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ପାଇଁ ମଧ୍ୟ ସରକାର ଘୋଷଣା କରିଛନ୍ତି ।
ଗତବର୍ଷ ଲାଗୁ କରାଯାଇଥିବା ନୂତନ କୃଷି ଆଇନ ଓ ଏପିଏମସିକୁ ନେଇ ତୋମାର ସ୍ପଷ୍ଟ କରିଛନ୍ତି । ଏପିଏମସି ଓ ମଣ୍ଡି ବ୍ୟବସ୍ଥା ପୂର୍ବପରି ବଳବତ୍ତର ରହିବ ବୋଲି ସେ କହିଛନ୍ତି ।
ମଣ୍ଡି ବ୍ୟବସ୍ଥା ବନ୍ଦ ହେବାର ସମ୍ଭାବନା ନାହିଁ। ନାରିକେଳ ଉନ୍ନୟନ ବୋର୍ଡରେ ନିଯୁକ୍ତି ହେବେ ସିଇଓ। କିଷାନ ସମ୍ପ୍ରଦାୟକୁ ୨ କୋଟି ଟଙ୍କାର ଋଣ ଦିଆଯିବ ବୋଲି କୃଷି ମନ୍ତ୍ରୀ କହିଛନ୍ତି।