ଏହା ବ୍ୟତୀତ କୋଭିଡ-19 ମହାମାରୀ, ଜଳବାୟୁ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି । ତେବେ ବାଇଡେନ ମୋଦିଙ୍କୁ ଧନ୍ୟବାଦ ଜଣାଇ ଉଭୟ ଦେଶର ରଣନୀତିକୁ ମଜବୁତ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏହାସହ ମୋଦି ନବନିର୍ବାଚିତ ଉପରାଷ୍ଟ୍ରପତି କମଳା ହେରିସଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।