ଅରୁଣାଚଳ ପ୍ରଦେଶର ତାଓ୍ୱଙ୍ଗ ସେକ୍ଟରରେ ମୁହାଁମୁହିଁ ହୋଇଛନ୍ତି ଭାରତୀୟ ଓ ଚୀନ ସେନା । ଧସ୍ତାଧସ୍ତି ମଧ୍ୟରେ ଉଭୟ ପକ୍ଷର କିଛି ସୈନିକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଅରୁଣାଚଳପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାବେଳେ ଚୀନ ଏହାକୁ ଦକ୍ଷିଣ ତିବ୍ବତ୍ର ଏକ ଅଂଶ ବୋଲି ଦାବି କରିଆସୁଛି । ଉଭୟ ଦେଶରେ ସୀମାକୁ ନେଇ ବିବାଦ ଲାଗିରହିଛି । ଚୀନର ସମ୍ଭାବ୍ୟ କାରନାମାକୁ ନିଷ୍ଫଳ କରିବାକୁ ପୂର୍ବତ୍ତୋର ଅଞ୍ଚଳରେ ଭାରତ ସରକାର 40,000 କୋଟି ଟଙ୍କା ବ୍ୟୟରେ ଫ୍ରଣ୍ଟିୟର୍ ହାଇୱେ ନିର୍ମାଣ କରୁଛନ୍ତି । ପ୍ରାୟ 20,000 କିମି ଦୀର୍ଘ ଏହି ହାଇୱେ ଅରୁଣାଚଳ ପ୍ରଦେଶର ଜୀବନ ରେଖା ହେବ । ଚୀନର ସାମ୍ନା କରିବାକୁ ଭାରତ ର ସ୍ଥାୟୀ ଗ୍ରାଉଣ୍ଡ ପୋଜିସନ ଲାଇନ ମଧ୍ୟ ହୋଇପାରିବ ।
ଗତ ଡିସେମ୍ବର ୯ ତାରିଖରେ ଏହି ଘଟଣା ଘଟିଛି। ଅରୁଣାଚଳପ୍ରଦେଶର ତୱାଙ୍ଗ ସେକ୍ଟରରେ ୟାଙ୍ଗଷ୍ଟେ ଏରିଆରେ ଏହି ଘଟଣା ଘଟିଛି।2020 ଜୁନ୍ ରେ ଲଦାଖର ଗଲୱାନ ଘାଟିରେ ଶେଷ ଥର ପାଇଁ ଭାରତ ଚୀନ୍ ସେନା ରକ୍ତାକ୍ତ ସଂଘର୍ଷ ହୋଇଥିଲେ । ଏହାଯୋଗୁଁ ଭାରତର 20 ଯବାନ ସହିଦ ହୋଇଥିଲେ । ଆଉ ସେହି ଘଟଣା ପରଠୁ ଭାରତୀୟ ଯବାନମାନେ ଏଟାରେ ସବୁବେଳେ ସଜାଗ ରହୁଛନ୍ତି । ତେଣୁ ଚୀନ୍ ଏଥର ଦୁର୍ବଳ ହୋଇପଡିଥିଲା ।
ଏହାପୂର୍ବରୁ ୨୦୧୭ ଅଗଷ୍ଟରେ ଲଦାଖର ପଙ୍ଗୋଙ୍ଗ୍ ହ୍ରଦଠାରେ ଭାରତ ଓ ଚାଇନା ସେନା ମଧ୍ୟରେ ଅନୁରୂପ ମୁଥ ମରାମରି ହୋଇଥିଲା। ସାମରିକ ପ୍ରୋଟୋକଲ୍ ଅନୁଯାୟୀ ଯବାନମାନେ ଆପୋଷ ବୁଝାମଣାରେ ଏହାର ସମାଧାନ କରିଥିଲେ ।ଭାରତର କେତେକ ଅଞ୍ଚଳକୁ ଚାଇନା ନିଜର ବୋଲି ଦାବି କରିଆସୁଛି । ଏହାକୁ ନେଇ ବେଳେବେଳେ ଦୁଇଦେଶର ସେନା ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି ।