ଏଥର ପରୀକ୍ଷା ପେ ଚର୍ଚ୍ଚା ପାଇଁ 38.80 ଲକ୍ଷ ଅଂଶଗ୍ରହଣକାରୀ ପଞ୍ଜୀକରଣ କରିଛନ୍ତି। ଏଥର 150 ରୁ ଅଧିକ ଦେଶର ଛାତ୍ର, 51 ଦେଶର ଶିକ୍ଷକ ଏବଂ 50 ଦେଶର ଅଭିଭାବକମାନେ ରହିଛନ୍ତି । ପରୀକ୍ଷା ପେ ଚର୍ଚ୍ଚାରେ ଓଡ଼ିଶାରୁ ୪୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି। ଯାହା ଭିତରେ ୮ ହଜାରରୁ ଅଧିକ ଶିକ୍ଷକ ଏବଂ ୪ ହଜାରରୁ ଅଧିକ ଅଭିଭାବକ ରହିଛନ୍ତି। ଦିଲ୍ଲୀରେ ଓଡ଼ିଶାରୁ ୨ ଜଣ ଛାତ୍ର ଏବଂ ଜଣେ ଶିକ୍ଷକ ଉପସ୍ଥିତ ରହିଛନ୍ତି। ଛାତ୍ରୀଛାତ୍ରୀଙ୍କ ମାର୍ଗଦର୍ଶନ କରି ଆସୁଥିବା ପ୍ରଧାନମନ୍ତ୍ରୀଙ୍କ ପୁସ୍ତକ ଏକଜାମ ୱାରିଅର୍ସ ୨୦୧୮ ମସିହାରେ କେବଳ ହିନ୍ଦି ଏକ ଇଂରାଜୀରେ ଥିଲା। ଶିକ୍ଷାବିତଙ୍କ ପ୍ରସ୍ତାବ ଆଧାରରେ ବର୍ତ୍ତମାନ ଏହି ପୁସ୍ତକ ୧୩ ଟି ଭାଷାରେ ସଦ୍ୟତମ ସଂସ୍କରଣ ପ୍ରକାଶ ପାଇଛି।
ଭାରତ ଖବର ଆହୁରି ପଢନ୍ତୁ