ଅର୍ଗସ ବ୍ୟୁରୋ : ଦେଶବ୍ୟାପି ଲକଡାଉନ କଟକଣା ଲାଗୁ ହୋଇଥିବାରୁ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ଫେରିବାକୁ ପଡ଼ୁଛି। ଏହି ସମୟରେ ସେମାନଙ୍କ ନିକଟରେ ରୋଜଗାରର ସମସ୍ତ ବନ୍ଦ ରହିଛି। ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିବେ। ଭିଡିଓ କନଫରେନ୍ସିଂ ଜରିଆରେ ବିହାରରେ ଏହି ଯୋଜନା ଲଂଚ୍ କରାଯିବ। ଏହି କାର୍ଯ୍ୟକ୍ରମରେ 5ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କିଛି କେନ୍ଦ୍ରମନ୍ତ୍ରୀ ଅଂଶଗ୍ରହଣ କରିବେ।
ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାରଖଣ୍ଡ, ଓଡ଼ିଶାର 116 ଜିଲ୍ଲାର 25 ହଜାରରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ଏହି ଅଭିଯାନ ଆଧାରରେ ଚୟନ କରାଯାଇଛି। ଏହି 6ଟି ରାଜ୍ୟର 116 ଜିଲ୍ଲାର ଗ୍ରାମର ଲୋକମାନେ ସାମାଜିକ ଦୂରତ୍ଵ ନିୟମକୁ ଅନୁପାଳନ କରି ସେବା କେନ୍ଦ୍ର ଓ କୃଷି ବିଜ୍ଞାନ କେନ୍ଦ୍ର ଜରିଆରେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।
ଗରିବ କଲ୍ୟାଣ ଯୋଜନା ଆଧାରରେ 125 ଦିନ ମଧ୍ୟରେ ରୋଜଗାର ଯୋଗାଇ ଦେବା ପାଇଁ ଏବଂ 25 ଭିନ୍ନ ଭିନ୍ନ ପ୍ରକାର କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଧ୍ୟାନ କେନ୍ଦ୍ରୀତ କରାଯାଉଛି। ଏହି ଯୋଜନାର ପରିଚାଳନା 12ଟି ଅଲଗା ଅଲଗା ମନ୍ତ୍ରାଳୟ କରିବେ।
ଗରିବ କଲ୍ୟାଣ ଯୋଜନା ଆଧାରରେ ଏହି 25ଟି କାର୍ଯ୍ୟ ଉପରେ ଧ୍ୟାନ ଦିଆଯିବ-
-ସାମୁଦାୟିକ ସ୍ଵଚ୍ଛତା ପରିସର
-ଗ୍ରାମ ପଞ୍ଚାୟତ ଭବନ
-ଫାଇନାନ୍ସ କମିଶନ ଫଣ୍ଡ ଆଧାରରେ କରାଯାଉଥିବା କାମ
-ରାଷ୍ଟ୍ରୀୟ ରାଜମାର୍ଗ କାମ
-ଜଳ ସଂରକ୍ଷଣ ଏବଂ ଜଳ ସିଞ୍ଚନ କାମ
-କୂପ ନିର୍ମାଣ
-ବୃକ୍ଷରୋପଣ କାମ
-ଅଙ୍ଗନୱାଡି କେନ୍ଦ୍ର କାମ
-ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା
-ଗ୍ରାମୀଣ ସଡ଼କ ଏବଂ ସୀମା ସଡ଼କ କାମ
-ଭାରତୀୟ ରେଳ ଆଧାରରେ ଆସୁଥିବା କାମ
-ଶ୍ୟାମା ପ୍ରସାଦ ମୁଖାର୍ଜୀ ଅରବାନ ମିଶନ
-ବଗିଚା କାମ
-ଭରତ ନେଟ ଅଧୀନରେ ଫାଇବର ଅପ୍ଟିକାଲ କେବୁଲିଂ କାମ
- ପ୍ରଧାନମନ୍ତ୍ରୀ କୁସୁମ ଯୋଜନା କାମ
- ଜଳ ଜୀବନ ମିଶନ ଅଧୀନରେ କରାଯାଇଥିବା କାର୍ଯ୍ୟ
- ପ୍ରଧାନ ମନ୍ତ୍ର ଉର୍ଜା ଗଙ୍ଗା ପ୍ରକଳ୍ପ
- କୃଷି ବିଜ୍ଞାନ କେନ୍ଦ୍ର ଅଧୀନରେ ଜୀବିକା ପ୍ରଶିକ୍ଷଣ
- ଜିଲ୍ଲା ଖଣିଜ ପାଣ୍ଠି ଅଧୀନରେ କାର୍ଯ୍ୟ କରେ
- କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟ
- ଫାର୍ମ ପୋଖରୀ ଯୋଜନା କାମ
- ପଶୁ ଘର ନିର୍ମାଣ
- ମେଣ୍ଢା, ଛେଳି ପାଇଁ ଘର ନିର୍ମାଣ
- କୁକୁଡ଼ା ପାଇଁ ପାଳନ ପାଇଁ ଘର ନିର୍ମାଣ
- କୀଟ କମ୍ପୋଷ୍ଟିଂ ୟୁନିଟ୍ ପ୍ରସ୍ତୁତି
ସୁବର୍ଣ୍ଣପୁର: ମାହୁନ୍ତକୁ କଚାଡି ହାତୀ ଫେରାର । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଧନୁଯାତ୍ରାରେ ଅଘଟଣ । ଧନୁଯାତ୍ରାରେ ସାମିଲ ଥିବା ହାତୀ ମାହୁନ୍ତକୁ କଚାଡି ଫେରାର ମାରିଥିବା ସୂଚନା ରହିଛି । ତେବେ ମାହୁନ୍ତ ଜଣକ ସୁରକ୍ଷିତ ଥିବା ଜଣାପଡିଛି । ହାତୀଟି ଗାଁ ମୁହାଁ ହୋଇଥିବା ସୂଚନା ମିଳିଛି ।
ଆଜି ଧନୁଯାତ୍ରାର ଚତୁର୍ଥ ରଜନୀ । କଂସ ମହାରାଜକୁ ହାତୀ ନେଇଥିବାବେଳେ ହଠାତ୍ ହାତୀଟି ପଳାଇବାରେ ଲାଗିଥିଲା । ମାହୁନ୍ତ ଜଣକ ହାତୀକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲେ ହେଁ ହାତୀ ଟି ନିୟନ୍ତ୍ରଣ ହରାଇ ମାହୁନ୍ତକୁ କଚାଡି ଦୌଡ଼ି ପଳେଇ ଥିଲା । ତେବେ ଅନ୍ଧାର ହୋଇଥିବାରୁ ହାତୀକୁ ଖୋଜିବାରେ ବାଧା ସୃଷ୍ଟି ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ହାତୀର ସନ୍ଧାନ ମିଳି ପାରି ନାହିଁ । ଏବେ ସମସ୍ତେ ହାତୀଟିକୁ ଖୋଜିବାରେ ଲାଗିଥିବାବେଳେ ଯାତ୍ରା ମଧ୍ୟ ବାଧାପ୍ରାପ୍ତ ରହିଛି ।
ଆହୁରି ପଢନ୍ତୁ ଓଡିଶା ଖବର...