ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଏକ ଉଚ୍ଚସ୍ତରୀୟ ବୈଠକ କରି ସାରା ଦେଶରେ କରୋନାରେ ପରିସ୍ଥିତି ଉପରେ ଆଲୋଚନା କରୁଛନ୍ତି । ଏହି ବୈଠକ ଦିନ ୧୧ଟାରୁ ଆରମ୍ଭ ହୋଇଛି ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନଅଟି ରାଜ୍ୟର ୪୬ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଏକ ବୈଠକ କରି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ଉତ୍ତରପ୍ରଦେଶ , ଛତିଶଗଡ , ପଶ୍ଚିମବଙ୍ଗ , ରାଜସ୍ଥାନ , ମହାରାଷ୍ଟ୍ର , ଝାଡଖଣ୍ଡ , ଓଡିଶା , କେରଳ ଏବଂ ହରିୟାଣା ପୁଡୁଚେରୀର ଜିଲ୍ଲା ମାଜିଷ୍ଟ୍ରେଟମାନେ କରୋନାରେ ଆୟୋଜିତ ବୈଠକରେ ଅନ୍ତର୍ଭୁକ୍ତ।