ଆଜି ଭଦୋଦରା ଠାରେ `ଗୁଜରାଟ ଗୌରବ ଅଭିଯାନ'ରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ । ଗୁଜରାଟରେ ଆଜି ୨୧ ହଜାର କୋଟି ମୂଲ୍ୟର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ମଧ୍ୟ କରିବେ ମୋଦି । ୧୬ ହଜାର କୋଟି ଟଙ୍କାରୁ ଅଧିକ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ୧.୪ ଲକ୍ଷରୁ ଅଧିକ ବାସଗୃହର ଶିଳାନ୍ୟାସ ଓ ଉଦଘାଟନ ହେବ । ବହୁମୁଖୀ ବିକାଶ କାର୍ଯ୍ୟ ମାଧ୍ୟମରେ ଜୀବନଧାରଣ ମାନରେ ଉନ୍ନତି ଆଣିବା ଲକ୍ଷ୍ୟ ରହିଛି । ଏହାପରେ ପାଭଗଡ଼ ପାହାଡ଼ରେ ପୁନଃନିର୍ମିତ କାଳିକା ମାତା ମନ୍ଦିର ଦର୍ଶନ କରି ଏହାର ଉଦଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।
ଅନ୍ୟପଟେ ଭଦୋଦରାର ଗୁଜରାଟ ଗୌରବ ଅଭିଯାନରେ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀମାନେ ଅଂଶ ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ୧୬ ହଜାର କୋଟି ଟଙ୍କାରୁ ଅଧିକ ରେଳ ପ୍ରକଳ୍ପ ଶିଳାନ୍ୟାସ କରିବେ ଓ ଦେଶ ଉଦେଶ୍ୟରେ ଉତ୍ସର୍ଗ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ବର୍ଷ ଗୁଜୁରାଟରେ ବିଧାନସଭା ନିର୍ବାଚନ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ ।