ଡାକ୍ତରଙ୍କ ଅବହେଳା ଯୋଗୁଁ ନାବାଳିକାର ମୃତ୍ୟୁ
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସମ୍ବନ୍ଧୀୟ ପ୍ରସଙ୍ଗ ଏବଂ ଟୀକାକରଣର ସମୀକ୍ଷା ପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ସଚିବଙ୍କ ସହ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି।
କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦିଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ ଚାଲିଛି। କୋଭିଡ -19 ସହ ଜଡିତ ପ୍ରସଙ୍ଗ ଏବଂ ଟୀକାକରଣ ଅଭିଯାନର ସମୀକ୍ଷା ଏହି ବୈଠକରେ ଆଲୋଚନା ହେଉଛି।
କରୋନାର ଦ୍ୱିତୀୟ ଲହରୀକୁ ମୁକାବିଲା କରିବା ପାଇଁ ଉଚ୍ଚ ସ୍ତରୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ଏକ ବଡ଼ ଘୋଷଣା କରିପାରନ୍ତି। ଏହି ବୈଠକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଛି।