କେନ୍ଦ୍ର ସରକାର ଗତବର୍ଷ ଇନ୍ଧନ ମୂଲ୍ୟରେ EXCISE DUTY କମାଇଥିଲେ। ତେଣୁ ରାଜ୍ୟର ଦାୟିତ୍ୱ ଯେ ସେମାନେ ବି ଏପରି କରିବା ଉଚିତ। ତେବେ ଅନେକ ରାଜ୍ୟ ଏପରି କରି ନଥିବାରୁ ଏହା ଲୋକମାନଙ୍କ ଉପରେ ଏକ ପ୍ରକାର ଅନ୍ୟାୟ। ଅନ୍ୟପଟେ ରାଜ୍ୟଗୁଡ଼ିକ ଟ୍ୟାକ୍ସ କାଟ ନ କରିବାରୁ ପଡ଼ୋଶୀ ରାଜ୍ୟଗୁଡ଼ିକୁ ବି କ୍ଷତି ସହିବାକୁ ପଡୁଛି ବୋଲି ବୈଠକରେ କହିଛନ୍ତି ପ୍ରଧାନମନ୍ତ୍ରୀ।
ଏହି ପ୍ରସଙ୍ଗରେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲେଙ୍ଗାନା ଭଳି ରାଜ୍ୟଗୁଡ଼ିକର ନା ନେଇଥିଲେ ପ୍ରଧାନମନ୍ତ୍ରୀ। ଏ ପରିସ୍ଥିତିରେ ଏହି ରାଜ୍ୟଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ଅନ୍ୟ ରାଜ୍ୟ ତୁଳନାରେ ଅନେକ ବେଶି ରହିଛି। 'ଅନ୍ୟପଟେ ରାଜ୍ୟଗୁଡ଼ିକ ଟ୍ୟାକ୍ସ କାଟ ନ କରିବାରୁ ପଡ଼ୋଶୀ ରାଜ୍ୟଗୁଡ଼ିକୁର ରାଜସ୍ୱ ବି ହାନି ହେଉଛି।
କେଉଁ ରାଜ୍ୟ ଗୁଡିକ ଭାଟ ହ୍ରାସ କରିବେଵ ତାର ଫାଇଦା ସେ ରାଜ୍ୟର ଲୋକମାନେ ପାଇବେ। ତେଣୁ ଡେରି ହେଲେ ବି ଏ ଦିଗରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ପଦକ୍ଷେପ ନେବା ଉଚିତ। ପ୍ରଧାନମନ୍ତ୍ରୀ ଏହି ପ୍ରସଂଗରେ କୈାଣସି ରାଜ୍ୟକୁ ସମାଲୋଚନା ନକରି ଲୋକଙ୍କ ହିତ ପାଇଁ ପଦକ୍ଷେପ ନେବାକୁ ଅପିଲ କରିଥିଲେ।
ଆହୁରି ଭାରତର ବିଭିନ୍ନ ଖବର ପଢ଼ନ୍ତୁ...