ସେହି ସଂଗଠନ ଯୁବକ ମାନେ ମୃତ ବ୍ୟକ୍ତିଙ୍କ ପାଇଁ ସମୂହ ଦ୍ୱୀପଦାନ କରିଛନ୍ତି। ନୀଳଗିରି ଜଗନ୍ନାଥ ମନ୍ଦିର ସମ୍ମୁଖରେ ସଙ୍ଗଠନ ସଦସ୍ୟ ମାନେ ଏକତ୍ରିତ ହୋଇ ଦ୍ୱୀପଦାନ କରିବା ସହ ମୃତ ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ବାଲେଶ୍ଵର ବାହାନଗା ଠାରେ ଘଟିଥିବା ଭୟଙ୍କର ଟ୍ରେନ ଟ୍ରାଜେଡି ରେ ଆହତ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଯବାନ ମାନଙ୍କୁ ORS ଯୋଗାଇବା, ସବୁଠାରୁ ବଡ଼ କଥା ମେଡ଼ିକାଲ ରେ ରକ୍ତ ଅଭାବକୁ ଦେଖି ତୁରନ୍ତ ନୀଳଗିରି ମେଡ଼ିକାଲରେ ଗୋଟିଏ ଦିନରେ ୧୧୦ ରକ୍ତ ସଂଗ୍ରହ କରି ବଡ଼ ମହାନତା ର ପରିଚୟ ଦେଇଛନ୍ତି ନୀଳଗିରି ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶିଶିର ମହାପାତ୍ର ଫାଉଣ୍ଡେସନ ପ୍ରତିଷ୍ଠାତା ସବ୍ୟସାଚୀ ମହାପାତ୍ର ଓ ତାଙ୍କ କାର୍ଯ୍ୟକର୍ତା ଓ ନୀଳଗିରି ଯୁବପିଢି।
ଅଧିକ ପଢନ୍ତୁ ଓଡ଼ିଶା ଖବର