ଭୁବନେଶ୍ବରରେ ଏକ କଲୋନୀରେ କାର ଦୁର୍ଘଟଣା
ଅର୍ଗସ ବ୍ୟୁରୋ: ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଆରମ୍ଭ ହୋଇଛି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀ ଉତ୍ତର ରଖିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ପାଇଁ ଭାରତ ଏକ 'ଆଶା'। 'ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟାଃ' ଭାରତର ନାରା।
ମହାମାରୀ ପରେ ସମଗ୍ର ବିଶ୍ୱର ଛବି ବଦଳିଛି । ନୂଆ ନେତୃତ୍ୱ ଆଗକୁ ଆସୁଛନ୍ତି। ଏହି ଦୌଡ଼ରେ ଭାରତ ମଧ୍ୟ ରହିଛି। ଆତ୍ମନିର୍ଭର ଭାରତ ନିର୍ମାଣର ସମୟ ଆସିଛି।
ଲୋକାଲ ଫର୍ ଭୋକାଲ ହେଉଛି ଭାରତର ମୂଳମନ୍ତ୍ର। ମହାମାରୀ ସହ ଲଢେଇରେ ଭାରତ ଜିତିଛି। ଏଥିପାଇଁ 130 କୋଟି ଭାରତୀୟଙ୍କୁ ଧନ୍ୟବାଦ। ଭଗବାନଙ୍କ ପାଇଁ ଭାରତ ମହାମାରୀରୁ ମୁକୁଳି ପାରିଛି। ଆଗଧାଡିର ଯୋଦ୍ଧାଙ୍କ ପାଇଁ ଭାରତବାସୀ ଆଜି ସୁସ୍ଥ ଅଛନ୍ତି। ସେମାନେ ହିଁ ଭଗବାନଙ୍କ ରୂପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।