ପିଏମ ମୋଦୀ କରୋନାରୁ ଉଦ୍ଧାର ପାଇଁ ଅନେକ ପରାମର୍ଶ ଦେଇଛନ୍ତି। ମାସ୍କ ପିନ୍ଧିବା ସହ ଶାରୀରିକ ଦୂରତା, ପରିଷ୍କାର ପରିଚ୍ଛନ୍ନତା ହେଉଛି କରୋନାର ସବୁଠାରୁ ଯୋଗ୍ୟ ଔଷଧ ବୋଲି ମୋଦି କହିଛନ୍ତି। ଏହି ସମୟ ମଧ୍ୟରେ ଲୋକମାନଙ୍କୁ ଅବହେଳା ନକରିବାକୁ ସେ ନିବେଦନ କରିଛନ୍ତି।
ଏହି ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ଅଫିସର ଉପସ୍ଥିତ ରହିଥିଲେ । ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଧ୍ୟ 11ଟି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କରିଥିଲେ।