ନୂଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଆରେ ଟ୍ୱିଟ୍ କରି ନୂଆଁଖାଇ ଜୁହାର ଲେଖିଛନ୍ତି ପ୍ରଧାନମନ୍ତ୍ରୀ । ଏହି ପବିତ୍ର ଦିନ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି । ସେହିପରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ନୂଆଖାଇ ଶୁଭେଚ୍ଛା ଜଣାଇଛନ୍ତି ।
ନୂଆଁଖାଇ ଜୁହାର୍
ଏହି ପବିତ୍ର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା । ନୂଆଁଖାଇ ଅବସରରେ ଆମେ ଆମ ଚାଷୀ ଭାଇଙ୍କ ଉଲ୍ଲେଖନୀୟ ଉଦ୍ୟମ ଓ ରାଷ୍ଟ୍ର ନିର୍ମାଣରେ ଯୋଗଦାନକୁ ପ୍ରଶଂସା କରିବା ।
ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତୋରତ୍ତର ଉନ୍ନତି କାମନା କରୁଛି । — Narendra Modi (@narendramodi) September 11, 2021