ସେହିପରି ୬ଟି ପ୍ରକଳ୍ପର ଉଦ୍ଘାଟନ ହେବ ଯେଉଁଥିରେ ଏକାଧିକ ସଡକ ପ୍ରଶସ୍ତିକରଣ ପ୍ରକଳ୍ପ, ପିଥୋରାଗଡରେ ଏକ ଜଳ ବିଦ୍ୟୁତ୍ ପ୍ରକଳ୍ପ ଏବଂ ନୈନିତାଲରେ ସ୍ୱେରେଜ୍ ବ୍ୟବସ୍ଥାର ଉନ୍ନତି ଆଦି ରହିଛି । ଉଦଘାଟିତ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ସମୁଦାୟ ମୂଲ୍ୟ ୩୪୦୦ କୋଟିରୁ ଅଧିକ ଅଟେ।
ପ୍ରଧାନମନ୍ତ୍ରୀ ପ୍ରାୟ ୫୭୫୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ହେବାକୁ ଥିବା ଲଖୱାର ବହୁମୁଖୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଦୀର୍ଘ ଦିନ ଧରି ପଡି ରହିଥିବା ପ୍ରକଳ୍ପଗୁଡ଼ିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ ।
ଜାତୀୟ ଗୁରୁତ୍ୱ ବହନ କରୁଥିବା ଏହି ପ୍ରକଳ୍ପ, ପ୍ରାୟ ୩୪,୦୦୦ ହେକ୍ଟର ଅତିରିକ୍ତ ଜମି ଜଳସେଚନ କରିବାରେ ସକ୍ଷମ ହେବ, ୩୦୦ ମେଗାୱାଟ ଜଳ ବିଦ୍ୟୁତ ଉତ୍ପାଦନ କରିବ ଏବଂ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ହରିୟାଣା, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନ ଭଳି ଛଅଟି ରାଜ୍ୟକୁ ପାନୀୟ ଜଳ ଯୋଗାଇବ । ସେହିପରି ପ୍ରଧାନମନ୍ତ୍ରୀ ୮୭୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ସଡକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଜଣାପଡିଛି।