ପରିସ୍ଥିତି ଏପରି ହେଲାଣି ଯେ ଆଗକୁ ହୁଏତ ଲୋକେ ଆଉ ଡିଜିଟାଲ ଅର୍ଥନୀତି ନକହି, ଯାହା ଡିଜିଟାଲ ତାହା ହିଁ ଅର୍ଥନୀତି ବୋଲି କହିବେ ବୋଲି ଲେଖିଛନ୍ତି ଧର୍ମେନ୍ଦ୍ର । ବିଗତ ଶତାବ୍ଦୀ ଥିଲା ମେକାନିକାଲ୍ ସ୍ପିଡର । ଆଉ ଚଳିତ ଶତାବ୍ଦୀ ହେଉଛି ଭର୍ଚୁଆଲ ସ୍ପିଡର ଶତାବ୍ଦୀ । ଏକଥା ପ୍ରମାଣ ପାଇଁ ନିଜେ ଗହଳିରୁ ବର୍ତ୍ତିବା ପାଇଁ ଅଟୋରେ ଯାତ୍ରା ଏବଂ ପରେ ଶିବ ସୋନକର ନାମକ ଅଟୋ ଡ୍ରାଇଭରକୁ ଡିଜିଟାଲ ମୋଡରେ ପେମେଣ୍ଟ କରିବାର ସତ୍ୟ କାହାଣୀ ବଖାଣି ବେଶ ଚମତ୍କୃତ ଢଙ୍ଗରେ ଡିଜିଟାଲ ଇଣ୍ଡିଆର ଅବତାରଣା କରିଛନ୍ତି ଧର୍ମେନ୍ଦ୍ର । ୫G କେବଳ ଏକ ବୈଷୟିକ ପରିବର୍ତ୍ତନ ନୁହେଁ, ୫G ହେଉଛି ଡିଜିଟାଲ ବିଶ୍ବର ଏକ ସୁଦୃଢ଼ ଭିତ୍ତିଭୂମି ବୋଲି ଲେଖିଛନ୍ତି ଧର୍ମେନ୍ଦ୍ର ।
ଅନେକ ଦଶନ୍ଧି ଧରି କେନ୍ଦ୍ରରେ ରାଜ୍ କରୁଥିବା ଶାସକ ଦଳମାନେ ଓଡ଼ିଶାକୁ ଟେକେନ୍ ଫର୍ ଗ୍ରାଣ୍ଟେଡ୍ ଷ୍ଟେଟ୍ ଭାବେ ଧରି ନେଇଥିଲେ । ଦଶନ୍ଧି ଦଶନ୍ଧିର ଉପେକ୍ଷା ଓ ଅବହେଳା ଯୋଗୁ ମୋବାଇଲ ସେବା କ୍ଷେତ୍ର ର ଓଡ଼ିଶା ଅନ୍ୟ ରାଜ୍ୟ ତୁଳନା ରେ ବହୁ ପଛରେ ପଡି ରହିଥିଲା । ଯେଉଁଥିପାଇଁ ଓଡ଼ିଶାରେ ୬୦୯୯ଟି ଗାଁ ଗତବର୍ଷ ଯାଏ ମୋବାଇଲ ସେବା ପାଇ ପାରୁନଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇ ସାରିଛନ୍ତି। ଏହି କ୍ରମରେ ଭାରତର ଅନ୍ୟ ବହୁ ରାଜ୍ୟ ପୂର୍ବରୁ ଓଡ଼ିଶା ରେ ଏବେ ୫G ସେବା । ସେହପିରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟି ଓ ସଞ୍ଚାର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ପ୍ରଚେଷ୍ଟାରେ ୨୦୨୨ ରେ ଓଡ଼ିଶାକୁ ୩୨୧୯ କୋଟି ବ୍ୟୟରେ ୩୯୩୩ ଟି ମୋବାଇଲ ଟାୱାର ପ୍ରତିଷ୍ଠା ଆରମ୍ଭ କରାଯାଇଥିଲା, ପରେ USOF-LWE Phase ୨ ରେ ଓଡିଶାକୁ ଅତିରିକ୍ତ ୪୮୩ ଟି ଟାୱାର ଓଡିଶାର ମାଓ ପ୍ରବଣ ଜିଲ୍ଲା ଗୁଡିକରେ ମଧ୍ୟ ସ୍ଥାପନା କରାଯାଉଛି।
ଏହି କ୍ରମ ରେ ଓଡ଼ିଶାର ୬୦୯୯ ଅଣସେବାପ୍ରାପ୍ତ ଗାଁ ରୁ ୪୪୧୩ ଗାଁ କୁ ମୋବାଇଲ ସେବା ପହଞ୍ଚାଇ ଦିଅଯାଇ ସାରିଲାଣି ବୋଲି ଲେଖିଛନ୍ତି ଧର୍ମେନ୍ଦ୍ର । ସେହିପରି ଭାରତ ନେଟ୍ ବ୍ୟବସ୍ଥା, ୱାଇଫାଇ ହଟସ୍ପଟ୍ ସ୍ଥାପନ ଜୋରସୋରରେ ଚାଲିଥିବା ମଧ୍ୟ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ।
ଦୂର ଓ ଦୁର୍ଗମ ଅଞ୍ଚଳ ଗୁଡିକରେ ମୋବାଇଲ ସେବା କେବଳ ମୋବାଇଲ ସମ୍ପର୍କ ସୃଷ୍ଟି କରିବା ଲକ୍ଷ ନେଇ ନୁହେଁ ବରଂ ସେହି ଅଞ୍ଚଳ ଗୁଡିକୁ ପ୍ରଶସ୍ତି ଓ ପ୍ରଗତିର ପଥ ଉନ୍ମୋଚନ କରିବା ଲକ୍ଷ୍ୟ ନେଇ କରାଯାଉଛି । ଆମ ରାଜ୍ୟ ତଥା ଦେଶର ସମସ୍ତ ଗାଁ ଗଣ୍ଡା, ଜଙ୍ଗଲ, ଟାପୁ, ହ୍ରଦ, ଦ୍ବୀପ ଓ ସୀମାବର୍ତ୍ତୀ ଅଞ୍ଚଳ ରେ ବସବାସ କରୁଥିବା ଲୋକଙ୍କ ପାଇଁ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହା ସିଧା ଯୋଗସୂତ୍ର। ଗରିବ କଲ୍ୟାଣର ଲକ୍ଷ୍ୟ ନେଇ ଚାଲୁଥିବା ମୋଦି, ସମସ୍ତ ସରକାରୀ ଯୋଜନା ଗୁଡିକୁ ଇଣ୍ଟରନେଟ୍ ମାଧ୍ୟମରେ ଲୋକପ୍ରିୟ ଓ ଲୋକାଦ୍ରୁତ କରିପାରିଛନ୍ତି। କମନ ସର୍ଭିସ ସେଣ୍ଟରର ଏକ ବିସ୍ତୃତ ନେଟୱାର୍କ ଗରିବମାନଙ୍କୁ ବିଶେଷ କରି ଦୁର୍ଗମ ଅଞ୍ଚଳର ଅଧିବାସୀଙ୍କୁ ବରଦାନ ସଦୃଶ ହେବ । ଫସଲ ବୀମା ପଞ୍ଜିକରଣ, ପିଏମଇଏ ନାମାଙ୍କନ, ପେନସନ ପଞ୍ଜିକରଣ, ଇ-ଶ୍ରମ ଏବଂ ଜାତୀୟ କ୍ୟାରିୟର ସେବା ପଞ୍ଜିକରଣ ଭଳି ଲୋକାଭିମୁଖୀ କାର୍ଯ୍ୟ ଆହୁରି ଅଧିକ ସୁରୁଖୁରୁରେ ହେବ ।
ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଞ୍ଚଳରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଉଚ୍ଚମାନର ସୁଲଭ ଶିକ୍ଷା ପ୍ରଦାନ କରିବାକୁ ମୋଦି ସରକାରଙ୍କର ଏକ ବିରାଟ ଲକ୍ଷ୍ୟ ରହିଛି । ୫G ଏ ଦିଗରେ ଏକ ଗେମ୍ ଚେଞ୍ଜର ହୋଇପାରିବ । ୫G ଭର୍ଚୁଆଲ୍ ଶ୍ରେଣୀଗୃହ, ଲାଇବ୍ରେରୀ, ଭର୍ଚୁଆଲ୍ ଲ୍ୟାବ୍ ଏବଂ ରିମୋଟ୍ ନିୟନ୍ତ୍ରିତ ଲ୍ୟାବ୍ ଆମ ଦେଶର ଶିକ୍ଷା ବ୍ୟବସ୍ଥାକୁ ନୂଆ ଦିଗନ୍ତ ପ୍ରଦାନ କରିବ । ଡିଜିଟାଲ ଡିଭାଇଡକୁ ଦୂର କରିବାରେ ୫G ହିଁ ସହାୟକ ହେବ ।
ସୁଗମ ହେଉ କି ଦୁର୍ଗମ, ଓଡ଼ିଶାର କୌଣସି ଅଞ୍ଚଳର ଛାତ୍ରଛାତ୍ରୀ ଆଉ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହୋଇ ରହିବେ ନାହିଁ । ପ୍ରତ୍ୟେକ ବିଦ୍ୟାର୍ଥୀ ନିଜ ଘର ତଥା ଶିକ୍ଷାନୁଷ୍ଠାନରେ ରହି ଦେଶ ତଥା ବିଶ୍ବରର ଟପ୍ କମ୍ପାନୀଗୁଡିକରେ ଭର୍ଚୁଆଲ୍ ଇଣ୍ଟର୍ନସିପ୍ କରିପାରିବେ । ଅସଂଖ୍ୟ ଡାଟାକୁ ରିଅଲ ଟାଇମରେ ବିଶ୍ଳେଷଣ କରି ଗବେଷଣାର ମାନକୁ ବଢ଼ାଇ ପାରିବେ ଏବଂ ସ୍ବୟମ ପୋର୍ଟାଲରୁ ମନମୁତାବକ ଆଡାଭାନ୍ସଡ କୋର୍ସ ମଧ୍ୟ କରିପାରିବେ ।
ଆସନ୍ତା 5 ବର୍ଷ ଆମ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ହେବ । ଏହି ଅବଧିରେ ହିଁ ୫G ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବ । ଆଉ ଓଡ଼ିଶା ପାଇଁ ଏହା ଆହୁରି ଅଧିକ ଗୁରୁତ୍ବ ବହନ କରିବ, କାରଣ ୫G ଜରିଆରେ ହିଁ ଓଡ଼ିଶା ନିଜର ଡିଜିଟାଲ ତଥା ଟେକ୍ନୋଲଜିକାଲ ଗ୍ୟାପକୁ ଅତିକ୍ରମ କରିଯାଇ ପାରିବ । ଦେଶର ଅନ୍ୟ ଆଗୁଆ ରାଜ୍ୟଗୁଡ଼ିକ ସାଙ୍ଗେ ସମକକ୍ଷ ହୋଇପାରିବ । ଶିକ୍ଷା ସାଙ୍ଗକୁ ଦକ୍ଷତା ବିକାଶ, ନିଯୁକ୍ତି, ଏପରିକି ଆତ୍ମନିର୍ଭରଶୀଳତାରେ ଓଡ଼ିଶା ଆଶାଠାରୁ ବେଶି ସଫଳତା ସାଉଁଟି ପାରିବ ।
ରାୟଗଡ଼ା ଭଳି ଆକାଂକ୍ଷୀ ଜିଲ୍ଲାର ଅପହଞ୍ଚ ଇଲାକାର ଜଣେ ଜନଜାତି ଅଧିବାସୀଙ୍କୁ ମଧ୍ୟ ଗୋଟିଏ କ୍ଲିକରେ ସାରା ପୃଥିବୀର ଯେକୌଣସି ସ୍ଥାନର ଯେକୌଣସି ବ୍ୟକ୍ତି, ସଂସ୍ଥା ଅବା ସମୁଦାୟକୁ ସମ୍ପର୍କ ସ୍ଥାପନ କରିବାର ସୁଯୋଗ ମିଳିପାରିବ । ଏହା ହିଁ ହେବ ଓଡ଼ିଶା ବିକାଶର ପ୍ରକୃତ ମଡେଲ । ଶିକ୍ଷା ସାଙ୍ଗକୁ ଦକ୍ଷତା ବିକାଶ, ନିଯୁକ୍ତି, ଏପରିକି ଆତ୍ମନିର୍ଭରଶୀଳତାରେ ଓଡ଼ିଶା ଆଶାଠାରୁ ବେଶି ସଫଳତା ସାଉଁଟି ପାରିବ ।
2014ରେ ମାତ୍ର 6 କୋଟି ବ୍ରଡବ୍ୟାଣ୍ଡ ୟୁଜର ଥିଲେ, ଯାହା ଆଜି ବୃଦ୍ଧି ପାଇ 80 କୋଟିରୁ ଅଧିକ ହୋଇସାରିଛି । ସେହିପରି 2014ରେ ଦେଶରେ ମାତ୍ର 25 କୋଟି ଇଣ୍ଟରନେଟ୍ ସଂଯୋଗ ଥିଲା, ଆଜି ଏହି ସଂଖ୍ୟା ପାଖାପାଖି 85 କୋଟି । ୨G, ୩G, ୪G ଲଞ୍ଚ୍ ସମୟରେ ଭାରତ ଟେକ୍ନୋଲଜି କ୍ଷେତ୍ରରେ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଥିଲା । କିନ୍ତୁ 5ଜି କ୍ଷେତ୍ରରେ ଆମେ ଆତ୍ମନିର୍ଭରତାର ପ୍ରମାଣ ଦେଇ ନୂଆ ଇତିହାସ ରଚିଛୁ । ଭାରତ ସରକାର ଡିଜିଟାଲ ପେମେଣ୍ଟ୍ର ମାର୍ଗକୁ ସରଳ କରିବା ସାଙ୍ଗକୁ ଆପ୍ ମାଧ୍ୟମରେ ସିଟିଜେନ୍ ସେଣ୍ଟ୍ରିକ ଡେଲିଭରୀ ବ୍ୟବସ୍ଥାର ପ୍ରସାର କରୁଛନ୍ତି । ଟେକ୍ନୋଲଜି ଆଜି ଗଣତାନ୍ତ୍ରିକ ହୋଇଛି ।
ବିଶ୍ବର ସର୍ବବୃହତ ଗଣତନ୍ତ୍ରକୁ ୫G ବଳରେ ଏକ ବିଶାଳ ଡିଜିଟାଲ ଗଣତନ୍ତ୍ରରେ ରୂପାନ୍ତରିତ କରିବାର ପ୍ରକ୍ରିୟା ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଆରମ୍ଭ ହୋଇ ସାରିଛି । ତେବେ ଖାଲି ଏତିକି ନୁହେଁ, ସ୍ବାସ୍ଥ୍ୟ, ପଶୁପାଳନ ପରି କ୍ଷେତ୍ର ମଧ୍ୟ ୫G ସେବା ଦ୍ବାରା ବିକାଶର ଶିଖର ଛୁଇଁବ । ମୋଟାମୋଟି ଓଡ଼ିଶାରେ ୫G ସେବାର ପ୍ରଚଳନ ଓଡ଼ିଶା ବିକାଶରେ ନୂଆ ଏକ ଅଧ୍ୟାୟ ଲେଖିବ ବୋଲି ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ।