ହରିୟାଣାରେ ନିର୍ବାଚନ ପ୍ରଚାର ପୂର୍ବରୁ ଜାମ୍ମୁ କାଶ୍ମୀର ଡୋଡାରେ ବିରୋଧୀଙ୍କ ଷଡ଼ଯନ୍ତ୍ର ଉପରୁ ପରଦା ହଟାଇଥିଲେ ପିଏମ ମୋଦି । ଏବେ ଜମ୍ମୁ କାଶ୍ମୀରରେ ଆତଙ୍କବାଦ ଶେଷ ନିଶ୍ବାସ ଗଣୁଥିବାବେଳେ କିଛି ନେତାଙ୍କୁ କଷ୍ଟ ହେଉଛି କହି ଏନସି-କଂଗ୍ରେସ ମେଣ୍ଟ ଓ ପିଡିପିକୁ ପରୋକ୍ଷରେ ଜୋରଦାର ସମାଲୋଚନା କରିଥିଲେ ମୋଦି । 42 ବର୍ଷ ଭିତରେ ପ୍ରଥମଥର କୌଣସି ପ୍ରଧାନମନ୍ତ୍ରୀ ଡୋଡାରେ ଜନସଭା କରିଛନ୍ତି। ଜାମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ସ୍ଥିତି ବଦଳୁଛି । ଗତ 10 ବର୍ଷ ଧରି କେନ୍ଦ୍ର ସରକାରଙ୍କ ଲଗାତାର ଉଦ୍ୟମର ଫଳ ଏବେ ଜାମ୍ମୁ କାଶ୍ମୀରବାସୀ ଅନୁଭବ କରୁଛନ୍ତି । ଯେଉଁ ପରିବାରବାଦ ରାଜନୀତି ଭୂସ୍ବର୍ଗକୁ ନର୍କର ଦ୍ବାରା ସଜେଇଥିଲା, ଆଜି ସେହି ପରିବାରର ଦାୟାଦ କ୍ଷମତା ନିଶାରେ ଅନ୍ଧ ହୋଇ ଆତଙ୍କବାଦୀଙ୍କୁ ବଳ ଯୋଗାଉଛନ୍ତି ବୋଲି କହିଛନ୍ତି ପିଏମ ମୋଦି ।
ଅଧିକ ପଢନ୍ତୁ : ବିଭିନ୍ନ ରାଜ୍ୟର 10 ଲକ୍ଷ ପିଏମ୍ ଆବାସ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବାଣ୍ଟିବେ ପିଏମ
ଦୀର୍ଘ 10 ବର୍ଷ ପରେ ଜମ୍ମୁ କାଶ୍ମୀରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । 90 ବିଧାନସଭା ଆସନରେ ତିନିଟି ପର୍ଯ୍ୟାୟରେ 18 ସେପ୍ଟେମ୍ବର, 25 ସେପ୍ଟେମ୍ବର ଓ 1 ଅକ୍ଟୋବରରେ ହେବ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ 24, ଦ୍ବିତୀୟ ପର୍ଯ୍ୟାୟରେ 26 ଓ ତୃତୀୟ ପର୍ଯ୍ୟାୟରେ 40 ଆସନରେ ହେବାକୁ ଯାଉଛି ମତଦାନ । ସେପଟେ ହରିୟାଣା ଅକ୍ଟୋବର 5 ତାରିଖରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ଆସନରେ ହେବ ମତଦାନ ।