ଆଜି ଖବରକାଗଜରେ ମୋଦିଙ୍କ ନେତୃତ୍ବ: ଓଡ଼ିଶା ପାଇଁ ସକାରାତ୍ମକ ଦୃଷ୍ଟିଭଙ୍ଗୀ ଶୀର୍ଷକ ସ୍ତମ୍ଭ ଲେଖି ମୋଦିଙ୍କ କାର୍ଯ୍ୟକାଳରେ ଦିଲ୍ଲୀ ଦରବାରରେ କେମିତି ଓଡ଼ିଆଙ୍କ ଦବଦବା ପ୍ରତିପାଦିତ ହୋଇଛି ସେସବୁ ବଖାଣିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୧୪ ଆଗରୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ଓ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଓଡ଼ିଆଙ୍କ ଗୁରୁତ୍ବ ଦେଖିଲେ ମୋଦିଙ୍କ ଓଡ଼ିଶା ପ୍ରୀତି ବେଶ ବାରି ହେବ ବୋଲି ଧର୍ମେନ୍ଦ୍ର ଲେଖିଛନ୍ତି । ସେହିପରି ପଦ୍ମ ପୁରସ୍କାର ହେଉ କି ଓଡ଼ିଆର ଭାଷା, ସଂସ୍କୃତି ପରିଚୟ ଦେବାରେ ହେଉ । ସବୁଥିରେ ମୋଦିଙ୍କର ରହିଛି ଅକୁଣ୍ଠ ଅବଦାନ । ଏପରିକି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶା ପଛରେ ସବୁବେଳେ ଛିଡ଼ା ହୋଇଛି କେନ୍ଦ୍ର । ଫନି ହେଉ କି ୟଶ୍ ।
ସବୁଥିରେ ସହାୟତାର ହାତ ବଢ଼ାଇଛି କେନ୍ଦ୍ର । ମନ୍ କୀ ବାତରେ ମଧ୍ୟ ମୋଦି ଡି. ପ୍ରକାଶ ରାଓଙ୍କ ପରି ବ୍ୟକ୍ତିତ୍ବଙ୍କୁ ଲୋକଲୋଚନକୁ ଆଣିଛନ୍ତି । ପାଇକ ବିଦ୍ରୋହକୁ ମାନ୍ୟତା ଦେବାରେ ମଧ୍ୟ ମୋଦିଙ୍କ ପ୍ରଚ୍ଛନ୍ନ ହାତ ରହିଛି । ତେଣୁ ସାମାଜିକ ନ୍ୟାୟ ଓ ସନ୍ତୁଳିତ ବିକାଶକୁ ଗୁରୁତ୍ବ ଦେଇଆସୁଥିବା ପ୍ରଧାନମନ୍ତ୍ରୀଙ୍କର ଫୋକସରେ ଓଡ଼ିଶା ରହିଛି ବୋଲି ଲେଖିଛନ୍ତି ଧର୍ମେନ୍ଦ୍ର ।
ଭାରତ ଖବର ଆହୁରି ପଢ଼ନ୍ତୁ ।