ବିହାରର ଜମୁଇ ଅଞ୍ଚଳରେ ଏହି ସିରିଏଲ କିସର ଗୋଷ୍ଠୀଙ୍କୁ ନେଇ ଆତଙ୍କ ଖେଳି ଯାଇଥିଲା। ତେବେ ଅଭିଯୋଗ ଉପରେ ଅଭିଯୋଗ ପରେ ଏବେ ସିରିଏଲତ କିସରଙ୍କୁ ଗିରଫ କରିଛି ପୁଲିସ୍। ଏହି ଘଟଣାର ମୂଳ ଅଭିଯୁକ୍ତ ହେଉଛନ୍ତି ମହମ୍ମଦ ଅକ୍ରମ। ଆପଣ ଆମ ଥମ୍ବନେଲରେ ଯେଉଁ ଦୃଶ୍ୟ ଦେଖୁଛନ୍ତି ସେଥିରେ ଥିବା ଦୁର୍ବୃତ୍ତ ଯୁବକ ହେଉଛନ୍ତି ମହମ୍ମଦ ଆକ୍ରମ। ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପୁଲିସ ଅନେକ ସଂଗୀନ ତଥ୍ୟ ହାସଲ କରିଛି ।
ପୁଲିସ କହିଛି ଯେ, ଯେଉଁ ଭିଡ଼ିଓଟି ଭାଇରାଲ ହୋଇଥିଲା ସେଥିରେ ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ ବାସ୍ତବରେ ଏହି ଗ୍ୟାଙ୍ଗରେ ୪ ଜଣ ସଦସ୍ୟ ଅଛନ୍ତି। ଯେଉଁମାନେ ବିଚ୍ ରାସ୍ତାରେ ଏକୁଟିଆ ମହିଳାଙ୍କୁ ଗୋଡେଇ ଗୋଡେଇ କିସ୍ କରନ୍ତି। ଖାଲି କିସ୍ କରନ୍ତି ନାହିଁ। ଏମାନେ ଦିନରେ ବସନ୍ତ ଓ ରାତିରେ ବାସନ୍ତି ଭଳି କାମ କରନ୍ତି। ଅଥାତ୍ ଦିନବେଳା ମହିଳାଙ୍କୁ ଅସଦାଚରଣ ଓ ରାତିରେ ଘରେ ପଶି ଚୋରି କରନ୍ତି।
ଜମୁଇ ଅଂଚଳର ଜଣେ ମହିଳାଙ୍କୁ ଚୁମ୍ବନ ଦେଉଥିବାର ଭିଡିଓ ଭାଇରାଲ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ମାଷ୍ଟରମାଇଣ୍ଡ କୁହାଯାଉଥିବା ମହମ୍ମଦ ଆକ୍ରମକୁ ଜମୁଇ ମହିସୋଧୀ ଅଂଚଳରୁ ଗିରଫ କରାଯାଇଛି। ଗ୍ୟାଙ୍ଗ ଲିଡର ଧରାପଡିବା ପରେ ତିନିଜଣ ସଦସ୍ୟଙ୍କୁ ମଧ୍ୟ ଧରିଛି ।
ସୂଚନାଯୋଗ୍ୟ, ଏହି ଭାଇରାଲ ଭିଡିଓଟି ଜାମୁଇ ଅଞ୍ଚଳର ଏକ ସିସିଟିଭି ଫୁଟେଜ। ସ୍ଥାନୀୟ ସଦର ହସ୍ପିଟାଲ ପରିସରରେ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ କୌଣସି ଜଣେ ବ୍ୟକ୍ତିଙ୍କ ସହିତ ଫୋନରେ କଥା ହେଉଥାନ୍ତି। ଏହି ସମୟରେ ଉକ୍ତ ସିରିଏଲ କିସର ଦୌଡ଼ି ଆସି ତାଙ୍କୁ ଜୋରଜବରଦସ୍ତ ଚୁମ୍ବନ ଦେଇଥିଲେ। ଲୋକେ ହୋ ହଲ୍ଲା କଲା ବେଳକୁ ଦୃର୍ବୃତ୍ତ ଚମ୍ପଟ ମାରିଥିଲା।
आपके शहर में घूम रहा है सीरियल किसर, वो पीछे से आता है और किस कर के भाग जाता है।
जमुई के सदर अस्पताल में अगर इलाज कराने जा रहे हैं तो पहले इस वीडियो पर डाल लें नज़र।#Jamui #Hospital #ViralVideo #SerialKisser pic.twitter.com/F60AX6hjiy — Bihar Tak (@BiharTakChannel) March 13, 2023