ଅଧିକ ପଢନ୍ତୁ : ପ୍ରଥମେ ଟସ୍ ଜିତି ବୋଲିଙ୍ଗ କରିବାକୁ ନିଷ୍ପତି ନେଇଥିଲା ଭାରତ
ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩୫.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୮୮ ରନ କରିଛି । ଅଷ୍ଟ୍ରେଲିଆ ତରଫରୁ ଓପେନର୍ ଯୋଡ଼ି ଭାବେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଆସିଥିଲେ ଟ୍ରେଭିସ୍ ହେଡ୍ ଓ ମିସେଲ୍ ମାର୍ସ । ଦଳ ୧୦୦ ରନ କରିବା ଯାଏଁ ଭଲ ସ୍ଥିତିରେ ରହିଥିଲା । କାରଣ ମିଚେଲ ମାର୍ଶ ଭଲ ପ୍ରଦର୍ଶନ କରି ଚାଲିଥିଲେ । ହେଲେ ସେ ଆଉଟ ହେବା ପରେ ଆଉ କୌଣସି ବ୍ୟାଟ୍ସମ୍ୟାନ କ୍ରିଜରେ ତିଷ୍ଠି ପାରିନଥିଲେ ।
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପକ୍ଷରୁ ମାର୍ଶ ୮୧, ଜୋଶ ଇଂଲିସ ୨୬, ଷ୍ଟିଭେନ ସ୍ମିଥ ୨୨ ରନ କରିଥିଲେ । ଫଳରେ ଦଳ ୩୫ ଓଭର ୪ଟି ବଲ ଖେଳି ୧୮୮ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ସାମି ଓ ସିରାଜ ୩ଟି ଲେଖାଏଁ ୱିକେଟ ନେଇଥିଲେ, ସେହିପରି ଜାଡେଜା ୨ଟି, କୁଲଦୀପ ଓ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
ଅଧିକ ପଢନ୍ତୁ : ଆଜିଠୁ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିୟା ଦିନିକିଆ ଶୃଙ୍ଖଳା
ଆଜି ଭାରତୀୟ ଟିମ୍ରେ ଖେଳୁଛନ୍ତି: ଈଶାନ୍ କିଷନ୍ (ୱିକେଟ୍ରକ୍ଷକ), ଶୁବମନ୍ ଗିଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍. ରାହୁଲ୍, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ରବୀନ୍ଦ୍ର ଜାଦେଜା, ଶାର୍ଦ୍ଦୁଳ ଠାକୁର, କୁଳଦୀପ ଯାଦବ, ମହମ୍ମଦ ସିରାଜ ଓ ମହମ୍ମଦ ଶାମି।
ସେହିପରି, ଅଷ୍ଟ୍ରେଲିଆ ଟିମ୍ରେ ଖେଳୁଛନ୍ତି: ଟ୍ରେଭିସ୍ ହେଡ୍, ମିସେଲ୍ ମାର୍ସ, ଷ୍ଟିଭେନ୍ ସ୍ମିଥ୍ (ଅଧିନାୟକ), ମାର୍ଣ୍ଣସ୍ ଲାବୁସ୍ସେନ୍, ଜୋସ୍ ଆଇଙ୍ଗ୍ଲ୍ସ୍ (ୱିକେଟ୍ରକ୍ଷକ), କ୍ୟାମେରନ୍ ଗ୍ରିନ୍, ଗ୍ଲେନ୍ ମ୍ୟାକ୍ସ୍ୱେଲ୍, ମାର୍କସ୍ ଷ୍ଟୋଇନିସ୍, ସିନ୍ ଆବୋଟ୍, ମିସେଲ୍ ଷ୍ଟାର୍କ ଏବଂ ଆଦାମ୍ ଜାମ୍ପା।