ଏନେଇ ପୀୟୂଷ କହିଛନ୍ତି ଯେ, 1981ରେ ଆଇଆଇଟି ଖଡ଼ଗପୁରରୁ ପାସ ହେବା ପରେ ଟାଟା କମ୍ପାନୀ ପକ୍ଷରୁ ଆମେରିକା ରିସର୍ଚ୍ଚ ପାଇଁ ସେ ଯାଇଥିଲେ। ସେଠାରୁ 1984 ରେ ଫେରି ସେ ଆଇଆଇଏମ୍ କୋଲକାତାରେ ନିଜର ଏମବିଏ କୋର୍ସ କରିଥିଲେ। ଏହାପରେ ଆଉ ପଛକୁ ଫେରି ନାହାନ୍ତି। 1987 ରୁ 1989 ମଧ୍ୟରେ ଏକ କମ୍ପୁଟର କମ୍ପାନୀରେ କାମ କରିଥିଲେ। ଏହାପରେ 1989 ରେ ଚାକିରୀ ଛାଡି ଚେନ୍ନାଇରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ପୁଣି 1991ରେ ଉତ୍ତରାଖଣ୍ଡରେ ଏକ ଏନଜିଓରେ ଚାକିରୀ କରିଥିଲେ। ପରବର୍ତୀ ପର୍ଯ୍ୟାୟରେ ପୁଣି ଚାଷ ପାଇଁ ମନ ବଳଇଥିଲେ ସେ। 1998 ରେ ନାସିକରେ 10 ଏକର ଜମି ନେଇ ଅଙ୍ଗୁର ଚାଷ କରିଥିଲେ।
2006ରେ ଚାଷ ଜମିକୁ ନେଇ ବିବାଦ ହେବାରୁ ପୁଣି ସେ ଆମେରିକା ପଳେଇ ଥିଲେ। ଯେତେବେଳେ ମନ ଯାହା ଇଛା କରିଛି ମୁଁ କରିଛି ବୋଲି ସେ କହିଛନ୍ତି। ଆମେରିକାରେ ତାଙ୍କୁ ଶାନ୍ତି ନ ମିଳିବାରୁ ସେ ପୁଣି ଭାରତ ଫେରିଥିଲେ। 2008ରେ ଦିଲ୍ଲୀ ଆସି ନିଜର ଜିପିଏସ୍ ଟ୍ରାକିଂ ସିଷ୍ଟମ ବ୍ୟବସାୟ ଆରମ୍ଭ କରିଥିଲେ। ମେଟ୍ରୋ କାର୍ଡ ଭଳି ଦିଲ୍ଲୀ ବସ ସେବା ପାଇଁ ମଧ୍ୟ ସେ ଜିପିଏସ ସିଷ୍ଟମ ଡେଭଲପ କରିଥିଲେ। ପରବର୍ତ୍ତୀ ସମୟରେ ନିଜର କାର୍ଯ୍ୟାଳୟକୁ ସାଇକେଲରେ ଯାଉଥିବା ସମୟରେ ପ୍ରଦୂଷଣକୁ ଲକ୍ଷ କରି ତାଙ୍କର ମାସ୍କ ତିଆରି ପାଇଁ ମନ ବଳିଥିଲା। ଏହାପରେ ଦୁଇ ବର୍ଷର ଗବେଷଣାରେ ସେ ଏହି ମାସ୍କ ପ୍ରସ୍ତୁତ କରି ଏବେ ବଜାରକୁ ଛାଡିଛନ୍ତି। ନିଜର ଅଫିସରେ ପ୍ରାୟ 20 ଜଣ ଲୋକଙ୍କୁ ସେ ନିଯୁକ୍ତି ଦେଇଛନ୍ତି। ଏହା ସହ 15 ଜଣ ସପୋଟିଭ୍ ଷ୍ଟାଫ୍ ମଧ୍ୟ ରଖିଛନ୍ତି।