ବରିଷ୍ଠ ବିଜେପି ନେତା ଶ୍ରୀ ଜୈନ ହଠାତ୍ ଏତେ ଟଙ୍କା ତାଙ୍କ ଏକାଉଣ୍ଟକୁ ଆସିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ତାଙ୍କର ଏକ ପେଟ୍ରୋଲ ଟାଙ୍କି ଥିବାରୁ କମ୍ପାନିରୁ କୌଣସି ଅର୍ଥ ଆସିଥାଇପାରେ ବୋଲି ଅନୁମାନ କରି କମ୍ପାନି କତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ କିନ୍ତୁ କୌଣସି ଟଙ୍କା ପଠାଯାଇ ନ ଥିବା କମ୍ପାନୀ କର୍ତ୍ତୃପକ୍ଷ କହିଥିଲେ । ପରେ ବ୍ୟାଙ୍କକୁ ଯାଇ ଏହି ଟଙ୍କା ସଂକ୍ରାନ୍ତରେ ଶାଖା ପ୍ରବନ୍ଧକଙ୍କ ସହ ସନ୍ଧାନ କରିବା ବେଳେ ସେହି ଟଙ୍କା ଆଜମିର ନଗରନିଗମର ବୋଲି ଜଣାପଡିଥିଲା । ଶାଖା ପରିଚାଳକ ଯେଉଁ ବ୍ୟାଙ୍କରୁ ଟଙ୍କା ଆସିଥିଲା ସେହି ବ୍ୟାଙ୍କ ସହ ଆଲୋଚନା କରିବା ପରେ ବିନା କୌଣସି ସୂଚନା କିମ୍ବା ଚିଠିରେ ଶ୍ରୀ ଜୈନ ଏହି ଟଙ୍କା ଫେରାଇଦେଇଥିଲେ । ଏ ଖବର ପ୍ରସାର ହେବା ପରେ ବିଭିନ୍ନ ମହଲରେ ଶ୍ରୀ ଜୈନ ଙ୍କୁ କୃତଜ୍ଞତାର ଶୁଅ ଛୁଟିବାରେ ଲାଗିଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।
ନିଜ ବ୍ୟାଙ୍କ ଆକାଉଣ୍ଟକୁ ଆସିଥିବା ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଫେରାଇଦେଲେ ବରିଷ୍ଠ ବିଜେପି ନେତା

ଅର୍ଗସ ବ୍ୟୁରୋ : ନିଜ ବ୍ୟାଙ୍କ ଆକାଉଣ୍ଟକୁ ଆସିଥିବା ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାକୁ ଫେରାଇ ନିଜ ବଦାନ୍ୟତା ଦେଖାଇ ପ୍ରଶଂସାର ପାତ୍ର ପାଲଟିଲେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଜିଲ୍ଲା ବିଜେପି ସଭାପତି ଗୋବିନ୍ଦ ଜୈନ । ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ଜୈନଙ୍କ ଚନ୍ଦାହାଣ୍ଡିସ୍ଥିତ ବ୍ୟାଙ୍କ ଅଫ ବରୋଦା ଆକାଉଣ୍ଟକୁ ରାଜସ୍ଥାନର ଆଜମିରସ୍ଥିତ ନଗର ନିଗମ ପକ୍ଷରୁ ପ୍ରଥମେ ୪ ଲକ୍ଷ ୨୭ ହଜାର ୮୬୬ ଟଙ୍କା ଆସିଥିଲା । କିଛି ସମୟ ପରେ ପୁଣି ୪ ଲକ୍ଷ ୩୯ ହଜାର ୧୯୦ ଟଙ୍କା ଆସିଥିଲା । ଏପରି ମୋଟ ୮ ଲକ୍ଷ ୬୭ ହଜାର ଟଙ୍କା ତାଙ୍କ ଏକାଉଣ୍ଟକୁ ଆସିଥିଲା ।
ଫ୍ୟାନରେ ଝୁଲି ଛାତ୍ରଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ପାହାଳ ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ସ୍ଥିତ ସିନର୍ଜୀ ବୈଶୟିକ ଶିକ୍ଷା ଅନୁଷ୍ଠାନରେ ଜଣେ ଛାତ୍ରର ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅନ୍ତର୍ଗତ କୁଡୁମୁଲୁଗୁମା ଗ୍ରାମର ସାହିଲ ରାଜ୍ ବେନୀୟା । ସାହିଲ୍ ଏହି ଶିକ୍ଷା ଅନୁଷ୍ଠାନରେ ବିଟେକ କମ୍ପ୍ୟୁଟର ବିଜ୍ଞାନ ପାଠ୍ୟ କ୍ରମର ଦ୍ବିତୀୟ ବର୍ଷର ଛାତ୍ର ଥିଲେ
Download Argus News App
