ଦୁଇ ସାଙ୍ଗ ଏକାଠି ବୁଲୁଛନ୍ତି। ଗୋଟିଏ ସାଙ୍ଗ ଉପରେ ଆଉ ଗୋଟିଏ ସାଙ୍ଗ ବସିଛି। ଅତି ଆନନ୍ଦରେ ଉଭୟେ ବୁଲୁଛନ୍ତି। ତେବେ ଆପଣ କେବେ ଦେଖିଛନ୍ତି କି ଗୋଟିଏ ହରିଣ ଆଉ ମାଙ୍କଡର ବନ୍ଧୁତା। ଯଦି ଦେଖିନାହାନ୍ତି, ତେବେ ଭଲ କରି ଏହି ଭିଡିଓଟିକୁ ଦେଖନ୍ତୁ। ଏହି ଭିଡିଓଟି କେଉଁଠିକାର ଜଣାନାହିଁ। କିନ୍ତୁ ହରିଣ ଉପରେ ଆରାମରେ ବସିରହିଛି ମାଙ୍କଡ।
ହରିଣ ଯୁଆଡେ ଯାଉଛି ମାଙ୍କଡ ତା ଉପରେ ବସି ସେଇଆଡେ ଯାଉଛି। ଭାରି ମଜା ଲାଗୁଛି ଏହି ଦୁଇ ସାଙ୍ଗକୁ ଦେଖି। ଯାହା ଏବେ ଖବୁ ଭାଇରାଲ ହେବାରେ ଲାଗିଛି। ମାଙ୍କଡଟି କେତେବେଳେ ହରିଣ ଉପରେ ବସିପଡୁଛି ତ କେତେବେଳେ ହରିଣ ଉପରେ ଶୋଇପଡୁଛି। ଯାହା ଭାରି ଆନନ୍ଦ ଲାଗୁଛି। ଆଉ ହରିଣ ବନ୍ଧୁ ବି କାନ୍ଧରେ ତା ସାଙ୍ଗକୁ ବୋହି ଚାଲିଛି।
ବୟସ ବଢିବା ସଙ୍ଗେ ସଙ୍ଗେ ବନ୍ଧୁତ୍ୱର ବାସ୍ନା ଆଜିର ଦିନରେ ଫିକା ପଡି ପଡି ଯାଉଛି । ସତରେ ସାଙ୍ଗ ଶବ୍ଦଟା ସତେଯେମିତି ସମ୍ପର୍କର ଶାଶ୍ୱତ ସୂତାଖିଅ । ନା ତାର ଆରମ୍ଭ ଅଛି ନା ତାର ଶେଷ ।
ଭାରତ ଖବର ଆହୁରି ପଢ଼ନ୍ତୁ ।