ମଙ୍କିପକ୍ସ ଭଳି କିଛି ଲକ୍ଷଣ ଥିଲେ ପୁନେ ପରୀକ୍ଷା ପାଇଁ ସାମ୍ପଲ୍ ପଠାଯିବ । ମୁଣ୍ଡବ୍ୟଥା, ଦେହ ସାରା ଫଳିଯିବା, ଘା' ଲକ୍ଷଣ ଥିଲେ ପରୀକ୍ଷା ହେବ । ସାମ୍ପଲ୍ ପରୀକ୍ଷା ପରେ ସ୍ପଷ୍ଟ ହେବ ମଙ୍କିପକ୍ସ ହୋଇଛି କି ନାହିଁ । ମଙ୍କିପକ୍ସ ନେଇ ପୂର୍ବରୁ ଆଲର୍ଟ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।
ବିମାନବନ୍ଦର ଓ ଷ୍ଟେସନରେ ଚେକିଂ କଡ଼ାକଡ଼ି ନିର୍ଦ୍ଦେଶ ରହିଛି । ବିଦେଶରୁ ଫେରୁଥିବା ଯାତ୍ରୀଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି । କିଛି ଲକ୍ଷଣ ଦେଖା ଗଲେ ତୁରନ୍ତ ସାମ୍ପଲ୍ ପରୀକ୍ଷା କରିବାକୁ କୁହାଯାଇଛି ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।