ପାଣିପାଗ ବିଭାଗର ଇଆରଏଫ୍ ଅନୁସାରେ, ଠିକ୍ ସମୟରେ ଦକ୍ଷିଣପଶ୍ଚିମ ମୌସୁମୀ କେରଳ ଛୁଇଁବ । ମେ ୧୫ରେ ଆଇଏମଡି ଦ୍ୱିତୀୟ ପର୍ଯ୍ୟାୟ ଲଙ୍ଗ୍ ରେଞ୍ଜ ଫୋରକାଷ୍ଟ ଜାରି କରିବ । ସେତେବେଳେ ହିଁ ଜଣାପଡ଼ିବ କେବେ ମୌସୁମୀ ଆଣ୍ଡାମାନ ସାଗର ଅତିକ୍ରମ କରି ପୂରା ଦେଶରେ ବର୍ଷିବ । ଗତମାସରେ ଆସିଥିବା ପ୍ରଥମ ଏଲଆରଏଫ ଅନୁସାରେ, ଚଳିତବର୍ଷ ଜୁନରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ।