୨୦୨୨ ମସିହା ଅକ୍ଟୋବର ୩୦ ତାରିଖରେ ମୋରବୀର ମଛୁ ନଦୀ ଉପରେ ଥିବା ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ୧୩୫ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ଏହି ମାମଲାରେ ଗୁଜରାଟ ପୋଲିସ ୯ ଜଣଙ୍କୁ ଗିରଫ କରିଥିଲା। ଯେଉଁଥିରେ ଓରେଭା ଗ୍ରୁପର ୪ଜଣ କର୍ମଚାରୀ ସାମିଲ ଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣ କମ୍ପାନୀ ମ୍ୟାନେଜର ଏବଂ ଆଉ ଦୁଇଜଣ ଟିକେଟ କ୍ଲର୍କ ଥିଲେ।
ଜୟସୁଖ ପଟେଲଙ୍କ ନାମ ଏଫଆଇଆରରେ ଅଭିଯୁକ୍ତ ଭାବେ ପଞ୍ଜୀକୃତ ହୋଇଥିଲା। ଜୟସୁଖ ଜାନୁୟାରୀ ୨୦ ତାରିଖରେ ମୋରବୀର ସେସନ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ କିନ୍ତୁ କୋର୍ଟ ଏହାକୁ ଖାରଜ କରିଥିଲା।