ଏ ଗୀତା ଲତାଙ୍କ କଣ୍ଠରୁ ଶୁଣିଥିଲା ସାରା ଦେଶ। ଆଉ ଆଜି ସେ ଗାଇଥିବା ଗୀତର ବୋଲ ସତ ହେଇଗଲା। ଶରୀର ପଞ୍ଚଭୂତରେ ମିଶିଲା। ହେଲେ ମୁମ୍ବାଇର ଶିବାଜୀ ପାର୍କରୁ ଶୁଭୁଥିଲା ମିଠା ମିଠା ଲତା ଦିଦିଙ୍କ ସ୍ୱର। ଯାହାକୁ ଶୁଣି ଅଶ୍ରୁପୂର୍ଣ୍ଣ ନୟନରେ ସମସ୍ତେ ବିଦାୟ ଜଣାଇଥିଲେ ସ୍ୱର ସାଗ୍ରାଜ୍ଞୀ, ଦେଶର କନ୍ୟା, ଭାରତରତ୍ନ, କୋକିଳକଣ୍ଠି, ସ୍ୱର ସରସ୍ୱତୀ ଲତା ମଙ୍ଗେସକରଙ୍କୁ ।
ପୂଣ୍ଣୋ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ମହାରାଷ୍ଟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଅନେକ ବରିଷ୍ଠ ବଲିଉଡ୍ କଳାକାର।
କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ୍, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ରାଜ ଠାକରେଙ୍କ ସମେତ କିମ୍ବଦନ୍ତୀ କ୍ରିକେଟର୍ ସଚିନ ତେନ୍ଦୁଲକର, ପତ୍ନୀ ଅଞ୍ଜଳି, ଶାହରୁଖ୍ ଖାନ୍, ଶ୍ରଦ୍ଧା କପୁର, ମଧୁର ଭଣ୍ଡାରକର, ସଞ୍ଜୟ ଲୀଲା ଭଂସାଲି, ଅନୁରାଧା ପୋଡୱାଲ ପ୍ରମୁଖ ଉପସ୍ଥିତ ଥିଲେ।