ଖେଳ ଆରମ୍ଭ ହେଉଛି । ସମସ୍ତେ ଉତ୍କଣ୍ଠାର ସହ ଅନେଇକି ରହିଛନ୍ତି । ଏ ଗ୍ରୁପ୍ ର ଜଣେ ବ୍ୟକ୍ତି କବାଡି କବାଡି କହି ଆଗକୁ ଆସୁଛି । ଆଉ କାଦୁଅ ପାଣିରେ ତାକୁ ଅଟକାଇବାକୁ ଆଗକୁ ଯାଉଛନ୍ତି ବି ଗ୍ରୁପ୍ । ଆଉ ସେ ଛୁଇଁ ଦେଇ ପଳାଉଛି । ହେଲେ ବି ଗ୍ରୁପ୍ ର ପିଲେ ତାକୁ ମାଡି ବସୁଛନ୍ତି । ଧ ... ଧ ...କହି ତା ଉପରେ ପଡି ଯାଉଛନ୍ତି । ସମସ୍ତେ କାଦୁଅ ପାଣିରେ ଲଟ୍ ପଟ୍ ହେଇଗଲେଣି ।
ହେଲେ ଏତିକି ବେଳେ ଧାଇଁ ଯାଉଛି ମା ଗାଇ । ତା ସହ ତା ଛୁଆମାନେ ତା ପଛେ ପଛେ ଯାଉଛନ୍ତି ।
ହେଲେ ଏମିତି କାହିଁକି ହେଲା । ଆପଣ ଭାବୁଥିବେ ଏ ଗାଈମାନେ ଏମିତି ହଠାତ୍ ଧାଇଁ ଗଲେ କଣ ପାଇଁ ।
କଥାକୁ ଏଠି ଟିକେ ଗମ୍ଭୀରତାର ସହ ବୁଝନ୍ତୁ । ଏ ମା ଗାଈ ଜଣକ କାଳେ ସେ ଛୁଆର କଣ ହେଇଯିବ ଭାବି ଧାଇଁ ଯାଉଛନ୍ତି । କାହିଁକି ନା ସେ ମା । ଗାଈ ହେଉ ଅବା ମଣିଷ ଛୁଆ ପାଇଁ ତା ମନରେ ସ୍ନେହ ଭରି ହୋଇଥାଏ ।
ଛୁଆର କିଛି ହେଲେ ସେ ଧାଇଁ ଆସେ । ଏଟି ବି ଠିକ୍ ସେମିତି କିଛି ଦେଖିବାକୁ ମିଳିଛି ।
ଛୁଆଟି ତଳେ ପଡିଯିବା ପରେ ସେ ଭାବିଛି, କାଳେ ଅନ୍ୟମାନେ ତାକୁ ବାଡଉଛନ୍ତି କି...ବଞ୍ଚାଇବାକୁ ସେ କିଛି ନଭାବି ଧାଇଁ ଯାଉଛି । ଯେମିତି ସତରେ କିଏ ଆମକୁ ବାଡେଇଥିଲେ ଆମ ମା ଧାଇଁ ଆସିଥାନ୍ତେ ।
ଏ ହେଉଛି ମା ର ମମତା...ତା ପାଇଁ ସବୁ ଛୁଆ ଏକ ...ସମସ୍ତଙ୍କ ପାଇଁ ତା ମନରେ କେବଳ ଭଲପାଇବା ହିଁ ଭରି ରହିଥାଏ । ଭିଡିଓରେ ମା ଗାଈର ଏ ଅନାବିଳ ପ୍ରେମ ସମସ୍ତଙ୍କୁ ଖୁବ ଆକର୍ଷିତ କରୁଛି ।