ଭୁବନେଶ୍ୱର ଇନଫୋସିଟି ଛକରେ କାରଟି ବାଛୁରୀକୁ ପିଟି ଦେଇ ଚାଲିଗଲା । ଆଉ ତାହା ଦେଖି ପଶୁ ସୁରକ୍ଷା ସମିତି କୁ ସେଠାକାର ଲୋକେ ଖବର ଦେଇଥିଲେ । ପଶୁ ସୁରକ୍ଷା ସମିତିର ସଦସ୍ୟମାନେ ତତ୍ପରତା ଦେଖାଇ ସେଠାରେ ପହଞ୍ଚିଥିଲେ । ଆଉ ଆହତ ବାଛୁରୀକୁ ସ୍କୁଟିରେ ଧରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ ।
ଆଉ ଏହା ଦେଖି ମା ଗାଈ ସେ ସ୍କୁଟି ପଛେ ପଛେ ଯାଇଥିଲା । ସେମାନେ ଯେଉଁଠି ଅଟକୁଥିଲେ ସେ ବି ଟିକେ ସ୍କୁଟି ଚାରିପଟେ ବୁଲି ପକାଉଥିଲା । ଏଇତ ମମତା...ତା ଛୁଆଟା ଆହତ ହୋଇଛି ସେ କେମିତି ଛାଡିଦେବ...
ଯିଏ ସବୁଠୁ ଅଧିକ ପିଲାକୁ ଭଲ ପାଏ ସେ ହେଉଛି ମା’ । କୌଣସି ବି ପରିସ୍ଥିତିରେ ଥାଆନ୍ତୁ ନା କାହିଁକି ମା’ କଳେ ବଳେ କୌଶଳେ ନିଜ ପିଲାକୁ ଉଦ୍ଧାର କରିପାରେ । ସେ ନିଜେ ଯେତେ କଷ୍ଟ ପାଉ ପଛକେ ନିଜ ଛୁଆକୁ କିନ୍ତୁ ଘଣ୍ଟ ଗୋଡ଼ାଇ ରଖିଥାଏ । ନିଜ ଛୁଆର ଜୀବନ ବଞ୍ଚାଇବାକୁ ଯାଇ ମା’ ନିଜ ଜୀବନ ବାଜିରେ ଲଗେଇବା ଭଳି ଘଟଣା ଆମେ ଦେଖିଛେ ଶୁଣିଛେ ବି ।
ନିଜ ସହ ହେଉ ଅବା ନିଜ ଚାରି ପାଖରେ ହେଉ ଏମିତି ଅନେକ ଘଟଣା ମାନଙ୍କର ନଜିର ରହିଛି । ଦୁନିଆରେ ମା’ ଠାରୁ ବଡ ଆଉ କେହି ବି ହୋଇପାରନ୍ତି ନାହିଁ । ମା’ ଗାଇ ଆଉ ଛୁଆ ବାଛୁରୀର ଏହି ଭିଡିଓ ସମସ୍ତଙ୍କ ମନ ଜିଣୁଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।